ଆଜିଠାରୁ ଝାରସୁଗୁଡ଼ାରୁ କଲକାତାକୁ ଉଡିବ ବିମାନ

ଝାରସୁଗୁଡ଼ା : ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ କଲକାତାକୁ ଆଜିଠାରୁ ବିମାନ ସେବା ଆରମ୍ଭ ହୋଇଛି। ଏଲାଏନ୍ସ ଏୟାର ବିମାନ କଲକାତା ବିମାନବନ୍ଦରରୁ ଦିନ ୧୧ଟା ୪୫ ମିନିଟରୁ ଆସି ୧ଟା ୧୫ରେ ଝାରସୁଗୁଡ଼ାରେ ପହଞ୍ଚିବ। ଝାରସୁଗୁଡ଼ାରୁ ଦିନ ୧ଟା ୪୫ରୁ ଛାଡ଼ି ୩ଟା ୧୫ରେ କଲକାତାରେ ପହଞ୍ଚିବ। ଉଡ଼ାନ ୩.୦ ଯୋଜନାରେ ନିୟମିତ ଏହି ବିମାନ ଚଳାଚଳ କରିବ ବୋଲି ସୂଚନା ମିଳିଛି।

Comments are closed.