+୨ ପ୍ରଥମ ବର୍ଷର ପରୀକ୍ଷା ବାଧ୍ୟତାମୂଳକ ନିଷ୍ପତ୍ତିକୁ ବିରୋଧ କରି ଛାତ୍ରଛାତ୍ରୀଙ୍କ ଧାରଣା

କଟକ/ଭୁବନେଶ୍ୱର: ଚଳିତ ବର୍ଷରୁ +୨ ପ୍ରଥମ ବର୍ଷର ପରୀକ୍ଷା ବାଧ୍ୟତାମୂଳକ ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା ହେବା ପରେ ଏହାକୁ ଛାତ୍ରଛାତ୍ରୀମାନେ ବିରୋଧ କରିଛନ୍ତି। ପରୀକ୍ଷା ଆଉ ଅଳ୍ପ ଦିନ ବାକି ରହିଥିବା ବେଳେ ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରି ସୋମବାର କଟକ ଓ ଭୁବନେଶ୍ବରରେ ଅନେକ କଲେଜ ଛାତ୍ରଛାତ୍ରୀ ଧାରଣାକୁ ଓହ୍ଲାଇଛନ୍ତି। କଟକର କିଛି ଛାତ୍ରଛାତ୍ରୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ମହର୍ଷି କଲେଜ, ଏକାମ୍ର କଲେଜର ଛାତ୍ରଛାତ୍ରୀମାନେ ବିରୋଧ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି।

 

Comments are closed.