ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷଙ୍କ ମୃତ୍ୟୁର ତଦନ୍ତ ଦାବିରେ ରାସ୍ତାରୋକ

ରାୟଗଡ଼ା : ରାୟଗଡ଼ା ଜିଲା ରାମନଗୁଡ଼ା ବ୍ଲକ ଅନ୍ତର୍ଗତ ବାଙ୍କିଲି ଛକରେ ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷଙ୍କ ମୃତ୍ୟୁର ତଦନ୍ତ ଦାବିରେ କଂଗ୍ରେସ ପକ୍ଷରୁ ସୋମବାର ରାସ୍ତାରୋକ ହୋଇଛି। ପୂବତନ ରାୟଗଡ଼ା ଜିଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କ ଗତ ଡ଼ିସେମ୍ବର ୨୪ରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ମାତ୍ର ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣି ତଦନ୍ତ ଦାବିରେ ଆଜି କଂଗ୍ରେସ ପକ୍ଷରୁ ଏହି ରାସ୍ତାରୋକ କରାଯାଇଛି।  ରାସ୍ତାରୋକ ଫଳରେ ଗଞ୍ଜାମ-ଗଜପତି ରାସ୍ତାରେ ଗମନାଗମନ ବାଧାପ୍ରାପ୍ତ ହୋଇଥିବା ନେଇ ସୂଚନା ମିଳିଛି।

Comments are closed.