ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ଅଭିଯୁକ୍ତ ଫେରାର

କଟକ : କଟକ ଏସସିବି ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ଅଭିଯୁକ୍ତ ଆଲୋକ ସାହୁ ଫେରାର ହୋଇଯାଇଥିବା ଶନିବାର ଜଣାପଡ଼ିଛି। ଆଲୋକଙ୍କ ଘର ରଘୁନାଥପୁରରେ। ସୂଚନା ଯୋଗ୍ୟ, ଆଲୋକ ଗତ ୪ ତାରିଖରେ ଏକ ମଦ ଦୋକାନରୁ ଚୋରି ଅଭିଯୋଗରେ ପୁଲିସ ତାଙ୍କୁ ପଚରାଉଚରା କରିବାକୁ ଥାନାକୁ ଆଣିଥିଲା। ମାତ୍ର ସେଠାରେ ଶୌଚାଳୟକୁ ଯାଇଥିବା ସମୟରେ ସେ ଫିନାଇଲ ପିଇ ଦେଇଥିଲେ। ତାଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ ରଘୁନାଥପୁରର ଏକ ହସ୍ପିଟାଲକୁ ନିଆଯାଇଥିଲା। ମାତ୍ର ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ମାତ୍ର ଆଇସିୟୁ ଖଟରେ ହ୍ୟାଣ୍ଡକପ ଲାଗି ଥିଲେ ମଧ୍ୟ ସେ କିପରି ଫେରାର ହୋଇଯାଇଛନ୍ତି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Comments are closed.