ସମ୍ପର୍କର ଦୃଢ଼ତା

ନିକଟରେ ସର୍ବଭାରତୀୟସ୍ତରରେ ଏକ ଅନୁଧ୍ୟାନ ହୋଇଥିଲା। ବିଭିନ୍ନ ବୟସ ତଥା ବର୍ଗର ଦମ୍ପତିଙ୍କୁ ଏଥିରେ ସାମିଲ କରାଯାଇଥିଲା। ୪୧%ରୁ ଅଧିକ ବ୍ୟକ୍ତିଙ୍କର ମତ ଥିଲା ଯେ ସେମାନଙ୍କ ବୈବାହିକ ଜୀବନ ଭଲରେ ଅତିବାହିତ ହେଉନାହିଁ। ଭୁଲ୍ ବୁଝାମଣା ହିଁ ମୁଖ୍ୟ କାରଣ। ଏସବୁ ପରିସ୍ଥିତି ସେମାନେ ବିଚ୍ଛେଦ ହିଁ ଶେଷ ସମାଧାନ ବୋଲି
ଗ୍ରହଣ କରୁଛନ୍ତି।

– କାଉନସେଲର୍ ନିଧିଙ୍କ ମତରେ ଅନ୍ୟ କାହାର ପରାମର୍ଶ ଶୁଣନ୍ତୁ ହେଲେ ନିଜ ସମ୍ପର୍କରେ ଏହାର ପ୍ରୟୋଗ କରିବା ପୂର୍ବରୁ ବାରମ୍ବାର ଭାବିନେବା ଉଚିତ।
-ଝଗଡ଼ା କିମ୍ବା କଳି ହେଉଥିଲେ, ତୃତୀୟ ବ୍ୟକ୍ତିର ପ୍ରବେଶକୁ ଆଦୌ ସୁଯୋଗ ଦିଅନ୍ତୁନାହିଁ। ବରଂ ସ୍ବାମୀ-ସ୍ତ୍ରୀ ନିରୋଳାରେ ବସି ଆଲୋଚନା କରନ୍ତୁ, ଝଗଡ଼ାର ମୂଳ କାରଣ କ’ଣ?
-ସଂଖ୍ୟାଧିକ ପରିବାରରେ ପରକୀୟା ପ୍ରୀତି କାରଣରୁ ହିଁ ରୀତିମତ ଝଗଡ଼ା ହୋଇଥାଏ। ଏକ ସୁନ୍ଦର ସମ୍ପର୍କରେ ଏହି ପରକୀୟା ପ୍ରୀତି ଭୟଙ୍କର ରୂପ ନେଇ ଆସିଥାଏ। ଆପଣ ଏଭଳି ପରିସ୍ଥିତିରେ ଭାଙ୍ଗିପଡ଼ିବା ସ୍ବାଭାବିକ, କିନ୍ତୁ ମନ ଦୃଢ଼ କରି ଆଗକୁ ବଢ଼ି ନିଜ ପରିବାରକୁ ସଜାଡ଼ି ନିଅନ୍ତୁ।

Comments are closed.