ଆଗକୁ ବଢିବ ଶୀତ, ବର୍ଷା ପାଇଁ ୩ଟି ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : କିଛି ଦିନ ହେବ ଅସହ୍ୟ ଶୀତର ପ୍ରକୋପ ସାରା ରାଜ୍ୟରେ ଜାରି ରହିଥିବା ବେଳେ ବର୍ତ୍ତମାନ ଶୀତପରେ ବର୍ଷା ଚିନ୍ତା ଦେଖା ଦେଇଛି। ବର୍ଷା ପାଇଁ ୩ଟି ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜି କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହାସହ ଦେବଗଡ଼, ସୋନପୁର, ଭଦ୍ରକ, ବୌଦ୍ଧ, ଅନୁଗୁଳରେ ମଧ୍ୟ ବର୍ଷାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଜଣାପଡ଼ିଛି। ଆଗାମୀ ୨ ଦିନ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ବର୍ଷା ହୋଇପାରେ। ୨୪ ଘଣ୍ଟାରେ କୋରାପୁଟରେ ୩.୨, ପାରାଦୀପରେ ୧.୯, ପୁରୀ ୧.୫, ଚାନ୍ଦବାଲି ୪.୮ ଓ ଗୋପାଳପୁରରେ ୦.୬ ମିମି ବର୍ଷା ରେକର୍ଡ଼ ହୋଇଛି। କେନ୍ଦୁଝରରେ ସର୍ବନିମ୍ନ ତାପମାତ୍ରା ୯.୬ ଡ଼ିଗ୍ରୀ ସେଲସିୟସ ରେକର୍ଡ଼ ହୋଇଛି। ୫ ତାରିଖ ପରେ ଶୀତର ପ୍ରକୋପ ପୁଣି ବଢିବା ନେଇ ପାଣିପାଗ କେନ୍ଦ୍ରର ସୂଚନା ମିଳିଛି।

Comments are closed.