ଯୁବକ , ଯୁବତୀଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

ବଲାଙ୍ଗୀର : ବଲାଙ୍ଗୀର ଜିଲାରେ ଜିଆରପି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଥିବା ଗୁରୁବାର ଜଣାପଡ଼ିଛି। ସ୍ୱୟମ ହୋଟେଲ ପଛ ପଟେ ଥିବା ରେଳ ଲାଇନରେ ଜଣେ ଯୁବକ ଓ ଯୁବତୀଙ୍କ ମୃତଦେହ ଜବତ ହୋଇଛି। ଉଭୟ ଯୁବକ ଯୁବତୀ ଫଟକରା ଗାଁର ବୋଲି କୁହାଯାଉଛି। ଏହାସହ ଉଭୟ ପ୍ରେମୀଯୁଗଳ ଓ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ସ୍ଥାନୀୟଲୋକେ ମୃତଦେହ ଦେଖି ଜିଆରପିକୁ ଖବର ଦେଇଥିଲେ। ଖବର ପାଇ ଜିଆରପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Comments are closed.