ରାଇଘର ବ୍ଲକର କନିଷ୍ଠ ଯନ୍ତ୍ରୀ ଘରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ୱର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର କନିଷ୍ଠ ଯନ୍ତ୍ରୀ ନିରଞ୍ଜନ ଜେନାଙ୍କ ଉମରକୋଟ ସ୍ଥିତ ଗୁଲିପାଟନା ଭଡ଼ା ବାସଭବନରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଭିଜିଲାନ୍ସ ଟିମ୍ ୪ଟି ବିଭାଗରେ ବିଭକ୍ତ ହୋଇ ଏକ କାଳୀନ ପାଞ୍ଚଟି ସ୍ଥାନରେ ଚଢ଼ାଉ କରିଛନ୍ତି। ଉମରକୋଟ ସ୍ଥିତ ବାସଭବନ, ଭୁବନେଶ୍ୱରର ୨ଟି ସ୍ଥାନରେ, ରାଇଘର କାର୍ଯ୍ୟାଳୟ ଏବଂ ନିଜ ପୈତୃକ ସ୍ଥାନ ଯାଜପୁର ଜିଲ୍ଲାର ବିଞ୍ଝାରପୁର ଗ୍ରାମରେ ଚଢ଼ାଉ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସମ୍ପତ୍ତି ଆକଳନ କରାଯାଇ ନାହିଁ, ତଦନ୍ତ ଚାଲିଛି ବୋଲି ଭିଜିଲାନ୍ସ ଟିମ୍ ପକ୍ଷରୁ କୁହାଯାଇଛି।

Comments are closed.