ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢାଉ

କଳାହାଣ୍ଡି : କଳାହାଣ୍ଡି ଜିଲାର ଜୁନାଗଡ଼ ରେଞ୍ଜର ଲକ୍ଷ୍ମଣ ଶବରଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାହାଣ୍ଡି ଭିଜିଲାନ୍ସ ବିଭାଗ ପକ୍ଷରୁ ଏହି ଚଢାଉ କରାଯାଇଛି। ଲକ୍ଷ୍ମଣଙ୍କ କୋକସରା ବ୍ଲକର ଲଡ଼ୁଗାଁ ରେ ଥିବା ପୈତୃକ ବାସଭବନ, ତୁନଗାଁସ୍ଥିତ ଶ୍ୱଶୁର ଘର ଏବଂ ଜୁନାଗଡ଼ ରେଞ୍ଜ କାର୍ଯ୍ୟାଳୟ ଉପରେ ଚଢାଉ କରାଯାଇଛି। ବର୍ତ୍ତମାନ ଯାଏଁ ପ୍ରାୟ ଏକ କୋଟିରୁ ଅଧିକ ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଥିବା ଭିଜିଲାନ୍ସ ବିଭାଗକୁ ସୂଚନା ମିଳିଥିବା ବେଳେ ତଦନ୍ତ ଜାରି ରହିଛି।

Comments are closed.