ଜାଲ ଦସ୍ତଖତ କରି ଟଙ୍କା ଉଠାଇବା ଘଟଣାରେ ୩ ବ୍ୟାଙ୍କ ଅଧିକାରୀ ଗିରଫ

ସମ୍ବଲପୁର : ଜାଲ ଦସ୍ତଖତ କରି ଟଙ୍କା ଉଠାଇବା ଘଟଣାରେ ସମ୍ବଲପୁର ବୋମାଲଇ ଆଇସିଆଇସିଆଇ ବ୍ୟାଙ୍କ ଶାଖାର ୩ ବ୍ୟାଙ୍କ ଅଧିକାରୀ ଗିରଫ ହୋଇଛନ୍ତି। ମ୍ୟାନେଜର ଅନିର୍ବାଣ ଦେ, କ୍ୟାସିଅର ସୁଧୀର ମେହେର , ପୂର୍ବତନ କ୍ୟାସିଅର ପ୍ରବୀଣ ଭାରତୀ ଗିରଫ ହୋଇଛନ୍ତି। ରେଙ୍ଗାଳି ବିଡ଼ିଓଙ୍କ ଜାଲ ଦସ୍ତଖତ କରି ସେଲ୍ଫଚେକରେ ଉକ୍ତ ୩ ଜଣ ଟଙ୍କା ଉଠାଇଥିଲେ ବୋଲି ଜଣାପଡ଼ିଛି। ସୂଚନା ଯୋଗ୍ୟ, ଓଲଡ଼ ଏଜ ପେନସନ ଆକାଉଣ୍ଟରୁ ପ୍ରାୟ ୧୨ ଲକ୍ଷ ୪୭ ହଜାର ୫୨୦ ଟଙ୍କା ଟଙ୍କା ଉଠାଇଥିବା ନେଇ ଅଭିଯୋଗରେ ହୋଇଥିଲା। ପୁଲିସ ଘଟଣାର ତଦନ୍ତ କରିବା ପରେ ଆଜି ଏହି ୩ ବ୍ୟାଙ୍କ ଅଧିକାରୀ ଗିରଫ ହୋଇଛନ୍ତି।

Comments are closed.