ଓଡ଼ିଶା ରାଜ୍ୟ ସଂଗ୍ରାହଳୟର ୬୨ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ

ଭୁବନେଶ୍ୱର : ଆଜି ଓଡ଼ିଶା ରାଜ୍ୟ ସଂଗ୍ରାହଳୟକୁ ନୂତନ ରୂପରେଖ ଦେବା ଉଦ୍ଦେଶ୍ୟରେ ଅନେକ ଗୁଡ଼ିଏ ପଦକ୍ଷେପ ଗ୍ରହଣ କରାଯାଇଛି। ସଂଗ୍ରହଳୟର ୬୨ ତମ ପ୍ରତିଷ୍ଠା ଦିବସରେ ଅତିଥିଗଣ ଅନେକ ବହୁ ମୂଲ୍ୟ କୃତି ଓ ପ୍ରତିକୃତିର ଉନ୍ମୋଚନ କରିବା ସହ ପୁରସ୍କାର ବିତରଣ କରାଯାଇଛି।


ଅନୁଷ୍ଠିତ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ଫଟୋ ଗ୍ୟାଲେରୀ ବୁଲି ଦେଖିବା ସହ ନବନିର୍ମିତ ଅଭ୍ୟର୍ଥନା କକ୍ଷର ଉଦଘାଟନ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ସେବାନିବୃତ ବ୍ୟକ୍ତି ବିଶେଷଙ୍କୁ ସମ୍ମାନ ପ୍ରଦାନ ସହ ବିଶିଷ୍ଟ ନୃତ୍ୟଶିଳ୍ପୀ ମୀରା ନାୟକ ଏବଂ ଚନ୍ଦ୍ର ଶେଖର ଦାଶଙ୍କୁ ସମ୍ବର୍ଦ୍ଧନା କରିଛନ୍ତି।

ସଂଗ୍ରାହଳୟ ମଧ୍ୟରେ ଦର୍ଶକ ଏବଂ ଗବେଷକମାନଙ୍କର ସୁବିଧା ନିମନ୍ତେ ସଂଗ୍ରାହଳୟ ପ୍ରବେଶ କକ୍ଷ ନିକଟରେ ଏକ ଅଭ୍ୟର୍ଥନା କକ୍ଷ ଉଦଘାଟନ, ବାଣପୁର ନିକଟସ୍ଥ ଅଚୁତରାଜପୁରରୁ ଆବିଷ୍କୃତ ଅଷ୍ଟମ, ନବମ ଶତାବ୍ଦୀର ବ୍ରୋଞ୍ଜ ନିର୍ମିତ ବୌଦ୍ଧମୂର୍ତ୍ତି ଗୁଡ଼ିକୁ ନେଇ ଏକ ଗ୍ୟାଲେରୀ ଉଦଘାଟନ, ଗାନ୍ଧିଜୀଙ୍କ ବିଭିନ୍ନ ଚିତ୍ରବହନ କରୁଥିବା ଟିକଟ ଏବଂ ଓଡ଼ିଶାରେ ଡ଼ାକବିଭାଗ ବିବର୍ତ୍ତନର ଇତିହାସକୁ ନେଇ ଏକ ପୋଷ୍ଟ୍ରାଲ ଗ୍ୟାଲେରୀ ଉଦଘାଟନ, ଡ଼ାକ ବିଭାଗର ସ୍ୱତନ୍ତ୍ର ଲଫାପା ଲୋକାର୍ପିତ, ଉତ୍କଳରତ୍ନ ବିଶ୍ୱନାଥ ମିଶ୍ରଙ୍କ ତୈଳଚ୍ଚିତ୍ର ଅନାବରଣ, ଭୁବନେଶ୍ୱର ମନ୍ଦିରକୁ ନେଇ ଏକ ଡ଼କୋମେଣ୍ଟ୍ରୀ ଫିଲ୍ମ, ସ୍କୁଲ ବିଭାଗର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ହୋଇଥିବା ବକୃତା ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ, ଉଦ୍ୟାନ କର୍ମୀମାନଙ୍କୁ ସେମାନଙ୍କର କୃତିତ୍ୱ ପାଇଁ ସମ୍ବର୍ଦ୍ଧନା ଦିଆଯାଇଛି।

ଏହାସହ ଏହି ଉତ୍ସବରେ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ସସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ, ସଂସ୍କୃତି ବିଭାଗ ନିର୍ଦ୍ଦେଶକ ବିଜୟ ନାୟକ, ପୋଷ୍ଟମାଷ୍ଟର ଜେନେରାଲ ସନ୍ତୋଷ କୁମାର କାମିଲା, ସଂଗ୍ରାହଳୟ ଅଧ୍ୟକ୍ଷ ଜୟନ୍ତୀ ରଥ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Comments are closed.