ବ୍ୟାଙ୍କ ସମ୍ମୁଖରୁ ଦେଢ ଲକ୍ଷ ଟଙ୍କା ଲୁଟ ଅଭିଯୋଗ

ଭଦ୍ରକ : ଭଦ୍ରକ ଜିଲା ମଞ୍ଜୁରୀ ରୋଡ଼ ଆହ୍ଲାବାଦ ବ୍ୟାଙ୍କ ଶାଖା ସମ୍ମୁଖରୁ ଶୁକ୍ରବାର ଦୁର୍ବୃତ୍ତ ଦେଢ ଲକ୍ଷ ଟଙ୍କା ଲୁଟ କରିଥିବା ଅଭିଯୋଗ ହୋଇଛି। ଜମା ପାଇଁ ଆସିଥିବା ଜଣଙ୍କ ଠାରୁ ୨ ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ଟଙ୍କା ଝାମ୍ପି ନେଇଥିଲେ। ଟଙ୍କା ବ୍ୟାଗ ଝାମ୍ପି ନେଇଥିବା ବେଳେ ଦୁର୍ବୃତ୍ତ ନିଜ ବାଇକ ଛାଡ଼ି ପଳାଇଥିବା ଜଣାପଡ଼ିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

Comments are closed.