ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ପ୍ରତିବାଦରେ ଟିଟିଲାଗଡ଼ରେ ବିକ୍ଷୋଭ ପ୍ରଦର୍ଶନ

ଟିଟିଲାଗଡ : ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ପ୍ରତିବାଦରେ ଟିଟିଲାଗଡ଼ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଟିଟିଲାଗଡ ବିଜେଡି, କଂଗ୍ରେସ, ଗରିବ ସେନା, ମାନବିକ ଅଧିକାର ସୁରକ୍ଷା କର୍ମୀଙ୍କ ପକ୍ଷରୁ ମୁଖ୍ୟଛକରେ ଗ୍ୟାସ ସିଲିଣ୍ଡର ରଖି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିରେ ଗରିବ ସେନା ସଭାପତି ଆଇନଜୀବୀ ବିରେନ୍ଦ୍ର ବାଗ, ବରିଷ୍ଠ ବିଜେଡି ନେତା ଦେବେନ୍ଦ୍ର ସାହୁ, ବରିଷ୍ଠ କଂଗ୍ରେସ ନେତା ଦୁର୍ଗାପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ବିକ୍ଷୋଭକାରୀ କେନ୍ଦ୍ର ସରକାର ତଥା ପ୍ରଧାନମନ୍ତ୍ରୀ ବିରୋଧରେ ନାରାବାଜି ସହ ଦର ବୃଦ୍ଧି ପ୍ରତ୍ୟାହାର କରିବାକୁ ଦାବି କରିଥିବା ନେଇ ସୂଚନା ମିଳିଛି।

Comments are closed.