ଆଜି ବଡ଼ ଦିନ, ସଜେଇ ହୋଇଛି ସମସ୍ତ ଚର୍ଚ୍ଚ

ଭୁବନେଶ୍ୱର : ଆଜି ହେଉଛି ବଡ଼ଦିନ। ପ୍ରଭୁ ଯିଶୁଖ୍ରୀଷ୍ଟ ଧରାପୃଷ୍ଠରେ ଅବତରଣ କରିସାରିଲେଣି। ପ୍ରଭୁଙ୍କ ଜନ୍ମଦିନ ଅବସରରେ ରାଜ୍ୟରେ ଜୋରଦାର ପ୍ରସ୍ତୁତି କରାଯାଇଛି। ବିଭିନ୍ନ ସ୍ଥାନମାନଙ୍କରେ ଥିବା ଚର୍ଚ୍ଚ ଗୁଡ଼ିକୁ ବେଶ ସୁନ୍ଦର ଭାବେ ରଙ୍ଗବେରଙ୍ଗର ଆଲୋକ, ସାଜସଜ୍ଜାର ଦ୍ରବ୍ୟରେ ସଜାଯାଇଛି। ରାଜଧାନୀ ଭୁବନେଶ୍ୱର ସମେତ କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର, ପୁରୀ ଓ ଅନ୍ୟସ୍ଥାନମାନଙ୍କରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବଡ଼ ଦିନ ପାଇଁ ଲୋକେ ନିଜ ଘରକୁ ଆଲୋକ ଓ ଅନ୍ୟ ସାଜସଜ୍ଜା ଦ୍ରବ୍ୟରେ ସଜାଇଛନ୍ତି। ନୂତନ ପୋଷାକ ପିନ୍ଧିବା ସହ କେକ, ଅନ୍ୟ ମିଷ୍ଠାନ୍ନ ଖୁଆଇ ବେଶ ଆନନ୍ଦ ଉଲ୍ଲାସର ସହ ଲୋକେ ଏହାକୁ ପାଳନ କରୁଛନ୍ତି।

 

Comments are closed.