ଜନ୍ମଦିନ ବିଶେଷ ; ଅଟଳ ବିହାରୀ ବାଜପେୟୀଙ୍କ ମୁଖ ନିସୃତ ଅମୂଲ୍ୟ ବାଣୀ

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଆଜି ହେଉଛି ୯୫ତମ ଜନ୍ମଜୟନ୍ତୀ। ୧୯୨୪ ମସିହା ଆଜିର ଦିନରେ ମଧ୍ୟପ୍ରଦେଶର ଗ୍ୱାଲିୟରରେ ତାଙ୍କର ଜନ୍ମ ହୋଇଥିଲା। ତାଙ୍କର ବ୍ୟକ୍ତିତ୍ୱ ଓ ବାଣୀ ଏପରି ଥିଲା, ଯେ ଖାଲି ସମର୍ଥକ ନୁହେଁ ବରଂ ବିରୋଧି ମଧ୍ୟ ତାଳି ମାରିବାକୁ ପଛଘୁଞ୍ଚା ଦେଉନଥିଲେ। ଆଜି ତାଙ୍କର ଜନ୍ମଦିନ ଅବସରରେ ତାଙ୍କର କେତୋଟି ଅମୂଲ୍ୟ ମୁଖ ନିସୃତ ବାଣୀ ବିଷୟରେ ଜାଣନ୍ତୁ, ଯେଉଁ ବାଣୀ ସର୍ବଦା ସଭିଁଙ୍କ ମନରେ ଚିରସ୍ମରଣୀୟ ହୋଇ ରହିଛି….
୧ – ଆପଣ ନିଜର ବନ୍ଧୁଙ୍କୁ ବଦଳାଇ ପାରିବେ ମାତ୍ର ପଡ଼ୋଶୀ ବଦଳାଇପାରିବେ ନାହିଁ।
ଛୋଟ ମନରୁ କେହି ବଡ଼ ହୋଇପାରିବେ ନାହିଁ। ଭଙ୍ଗା ମନରୁ କେହି ଠିଆ ହେବାକୁ ମଧ୍ୟ ସକ୍ଷମ ହୋଇ ପାରିବ ନାହିଁ।
ଲୋକତନ୍ତ୍ର ଏକ ଏପରି ଶକ୍ତି ଯେଉଁଠାରେ ଦୁଇ ମୂର୍ଖ ମିଶି ଜଣେ ଶକ୍ତିଶାଳୀ ବ୍ୟକ୍ତିଙ୍କୁ ମଧ୍ୟ ହରାଇପାରିବ।
ଅତୀତରେ ହୋଇଥିବା ଭୁଲ ପାଇଁ କାହାକୁ ଦୋଷ ନଦେଇ ବର୍ତ୍ତମାନ ସମୟରେ ତାହାକୁ ସଜାଡ଼ିବା ଦରକାର।
ବାଧା ଆସିଥାଏ, ମାତ୍ର ବାଧା ସମ୍ମୁଖରେ ନତମସ୍ତକ ନକରି ପାହାଡ଼ ଭଳି ସାମ୍ନା କରିବା ଉଚିତ।
କୌଣସି ପରିସ୍ଥିତିରେ ହାର ନ ମାନି ସମୟ ସହ ପାଦ ମିଳାଇ ନିଜ କର୍ମ ଦ୍ୱାରା ସବୁକିଛି ଜୟକରି ହେବ।
ମୁଁ କେବଳ ମିଛ ପ୍ରତିଶ୍ରୁତି ନୁହେଁ ଆସି ନଥାଏ, ଇଚ୍ଛାଶକ୍ତି ନେଇ ଆସିଥାଏ। 
ମୋ ନିକଟରେ ପୂର୍ବପୁରୁଷଙ୍କ ସମ୍ପତ୍ତି ନାହିଁ ସତ, ମାତ୍ର ମୋ ମା’ଙ୍କ ଆଶୀର୍ବାଦ ରହିଛି।
ଯଦି ଆମ ଦେଶ ଶକ୍ତିଶାଳୀ ତେବେ କେହି ଆମ ଦେଶକୁ ଆଖି ଉଠାଇ ଦେଖିପାରିବେ ନାହିଁ।
୧୦ ଏକତ୍ରିତ ହୋଇ ରହିଲେ ଶତ୍ରୁ ପରାଜିତ ହୋଇଥାଏ।

Comments are closed.