ବଡ଼ଦିନ ପାଇଁ କନ୍ଧମାଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

କନ୍ଧମାଳ : କନ୍ଧମାଳ ଜିଲାରେ ବଡ଼ଦିନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଜିଲା ପୁଲିସ ସହ ଅଧିକ ୨୧ ପ୍ଲାଟୁନ ପୁଲିସ ଫୋର୍ସ, ସିଆରପିଏଫ ମୁତୟନ କରାଯାଇଛି। ଏହାସହ ନକ୍ସଲପ୍ରବଣ ସ୍ଥାନମାନଙ୍କରେ ବ୍ୟାପକ ସିଆରପିଏଫ ମୁତୟନ ହୋଇଛି। ୬ଟି ସ୍ଥାନରେ ପୁଲିସ ପକ୍ଷରୁ ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ସହ ବାରଖମାରେ କୁଇ ସମନ୍ୱୟ ସମିତି ପକ୍ଷରୁ ସହିଦ ଦିବସ ପାଳନ କରାଯାଉଛି। ଏହାସହ ବାରଖମାରେ ୩ ପ୍ଲାଟୁନ ପୁଲିସ ଫୋର୍ସ ସମେତ ଜଣେ ଡ଼ିସିପିଙ୍କୁ ମଧ୍ୟ ମୁତୟନ କରାଯାଇଛି।

Comments are closed.