କୋଣାର୍କ ଓ ଶ୍ରୀମନ୍ଦିର ଜଗମୋହନ ମରାମତି ମାମଲା ; ହାଇକୋର୍ଟରେ ହାଜର ହେଲେ ଏଏସଆଇ ଡିଜି

ଭୁବନେଶ୍ୱର: ହାଇକୋର୍ଟରେ କୋଣାର୍କ ଓ ଶ୍ରୀମନ୍ଦିର ଜଗମୋହନ ମରାମତି ମାମଲାର ଶୁଣାଣି ସୋମବାର ହୋଇଥିଲା। ଶୁଣାଣି ସମୟରେ ହାଇକୋର୍ଟଙ୍କ ପୂର୍ବ ନିର୍ଦେଶ ମୁତାବକ ଭାରତୀୟ ପ୍ରତ୍ନତାତ୍ତ୍ଵିକ ସର୍ବେକ୍ଷଣ ସଂସ୍ଥା(ଏଏସଆଇ)ର ମହାନିର୍ଦ୍ଦେଶକ(ଜିଡି) ହାଜର ହୋଇଥିଲେ। ୪ ମାସ ମଧ୍ୟରେ ନାଟ ମଣ୍ଡପ ମରାମତି ଶେଷ କରିବା ପାଇଁ ହାଇକୋର୍ଟ ଡିଜିଙ୍କୁ ନିର୍ଦେଶ ଦେଇଛନ୍ତି। ଏହା ସହିତ ସୂର୍ଯ୍ୟ ମନ୍ଦିର ମରାମତି ନେଇ ବିସ୍ତୃତ ଯୋଜନା ପ୍ରସ୍ତୁତ କରିବାକୁ ମଧ୍ୟ ହାଇକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ମେ ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବା ନେଇ ଦିନ ଧାର୍ଯ୍ୟ ହୋଇଥିବା ସୂଚନା ମିଳିଛି।

Comments are closed.