ଖଳାରେ ନିଆଁ ଲାଗି ପୋଡ଼ିଗଲା ୨ ଶହ କ୍ୱିଣ୍ଟାଲ ଧାନ

ବଲାଙ୍ଗୀର : ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ଯୋଗୀସୁର୍ଡ଼ା ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ରବିବାର ଜଣାପଡ଼ିଛି। ଧାନ ଖଳାରେ ନିଆଁ ଲାଗି ପ୍ରାୟ ୨ ଶହ କ୍ୱିଣ୍ଟାଲ ଧାନ ପୋଡ଼ି ନଷ୍ଟ ହୋଇଯାଇଛି। ୫ଜଣ ଚାଷୀ ଗୋଟିଏ ଖଳାରେ ଧାନ ଗଦା କରିଥିଲେ। ତେବେ ଖଳାରେ କିପରି ନିଆଁ ଲାଗିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ଏଯାବତ ମିଳିନାହିଁ। ଖବର ପାଇ ଦମକଳ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି। କ୍ଷତିଗ୍ରସ୍ତ ହୋଇଥିବା ଧାନ ଚାଷୀମାନେ ଏଭଳି ଘଟଣାରେ ଭାଙ୍ଗି ପଡ଼ିଛନ୍ତି।

Comments are closed.