ଅଭ୍ୟାସ ପାଇଁ ବାରବାଟୀରେ ପହଞ୍ଚିଲେ ଟିମ୍‌ ଇଣ୍ଡିଆ ଖେଳାଳି

କଟକ: ଆସନ୍ତା କାଲି ବାରବାଟୀରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଅନ୍ତିମ ଦିନିକିଆ ମ୍ୟାଚ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଶନିବାର ଉଭୟ ଦଳ ପଡ଼ିଆରେ ଅଭ୍ୟାସ କରିବେ। ଏଥିପାଇଁ ଭୁବନେଶ୍ୱର ମେ ଫେୟାର ହୋଟେଲରେ ରହୁଥିବା ଟିମ୍‌ ଇଣ୍ଡିଆର ଖେଳାଳିମାନେ ଶନିବାର ସକାଳୁ କଟକ ଅଭିମୁଖେ ବାହାରି ବାରବାଟୀରେ ପହଞ୍ଚିଛନ୍ତି। କଡ଼ା ସୁରକ୍ଷା ମଧ୍ୟରେ ସ୍ୱତନ୍ତ୍ର ବସ ଯୋଗେ ଖେଳାଳିମାନଙ୍କୁ ନିଆଯାଇଛି। ବାରବାଟୀରେ ପହଞ୍ଚି ଟିମ ଇଣ୍ଡିଆ ନେଟ୍‍ ପ୍ରାକ୍ଟିସ କରିବ। ଅପରାହ୍ନ ୨ଟାରେ  ୱେଷ୍ଟଇଣ୍ଡିଜ୍‍ ଟିମର ଖେଳାଳିମାନେ ଅଭ୍ୟାସ କରିବେ। ଖେଳାଳିଙ୍କ ପ୍ରାକ୍ଟିସ ଦେଖିବାକୁ ଦର୍ଶକମାନେ ୬ ନମ୍ବର ଗ୍ୟାଲେରୀରେ ବେଶ ଆଗ୍ରହ ଓ ଉତ୍ସାହର ସହ ରହିଛନ୍ତି। ଓସିଏ ପକ୍ଷରୁ ମଧ୍ୟ ଖେଳାଳୀଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Comments are closed.