ଚୌଦ୍ୱାରରେ ହାତୀପଲ, ଲୋକେ ଭୟଭୀତ

କଟକ : କଟକ ଜିଲା ଚୌଦ୍ୱାର ବାଣୀପଦା ବନ୍ଦାଳ ଗାଁ ଅଭିମୁଖେ ଗୁରୁବାର ହାତୀପଲ ପ୍ରବେଶ କରିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ହାତୀପଲରେ ପ୍ରାୟ ୧୪ଟି ହାତୀ ଥିବା ଜଣାପଡ଼ିଛି। ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀପଲଙ୍କୁ ଘଉଡ଼ାଇବାକୁ ଉଦ୍ୟମ ଜାରି ରଖିଛନ୍ତି। ମାତ୍ର ହାତୀ କାଜୁ ଜଙ୍ଗଲ ମଧ୍ୟରେ ଲୁଚି ରହିଛନ୍ତି। ନିଆଁ ଓ ବାଣ ସାହାଯ୍ୟରେ ହାତୀ ଘଉଡ଼ାଇବାକୁ ଉଦ୍ୟମ ଜାରି ରହିଛି। ଉକ୍ତ ହାତୀପଲ ଚନ୍ଦକା ଜଙ୍ଗଲରୁ ଆସିଛନ୍ତି ବୋଲି ସନ୍ଦେହ କରାଯାଉଛି। ଏହାସହ ଆସନ୍ତାକାଲି ସୁଦ୍ଧା ହାତୀପଲଙ୍କୁ ଆଠଗଡ଼ ଜଙ୍ଗଲ ଆଡ଼କୁ ଘଉଡ଼ାଇ ଦିଆଯିବ ବୋଲି ଫରେଷ୍ଟର କହିଥିବା ନେଇ ସୂଚନା ମିଳିଛି।

Comments are closed.