ପିଆଜ ପରେ ବଢୁଛି ଆଳୁ ଦର

କଟକ : କିଛି ଦିନ ହେବ ପିଆଜର ଚଢାଦର ସଭିଁଙ୍କ ପାଇଁ ମୁଣ୍ଡ ବ୍ୟଥାରେ କାରଣ ପାଲଟିଥିବା ବେଳେ ବର୍ତ୍ତମାନ ଆଳୁର କ୍ରମଶଃ ଦର ବୃଦ୍ଧି ଲୋକଙ୍କୁ ଡ଼ରାଇବା ଆରମ୍ଭ କଲାଣି। ୨ ଦିନ ମଧ୍ୟରେ ଆଳୁ ଧଡ଼ା (୩ କେଜି) ପିଛା ୧୦ଟଙ୍କା ବୃଦ୍ଧି ହୋଇଛି। ଆଳୁ ଧଡ଼ା ୬୦ ଟଙ୍କା ଥିବା ବେଳେ ଏବେ ୭୦ ରେ ପହଞ୍ଚିଛି। କଟକର ଛତ୍ର ବଜାରରେ ପିଆଜ ଦର ୮୦ ରୁ ବଢି ବର୍ତ୍ତମାନ ୧୧୦/୧୨୦ରେ ପହଞ୍ଚିଛି। ମହାରାଷ୍ଟ୍ର ଓ ନାସିକରେ ବର୍ଷା ଯୋଗୁଁ ପିଆଜ ଅମଳ ବାଧାପ୍ରାପ୍ତ ହୋଇଛି। ବର୍ଷା ଯୋଗୁଁ ପିଆଜ ନଷ୍ଟ ହେବାରୁ ଦର ବଢିଥିବା ନେଇ ବ୍ୟବସାୟୀ ସଂଘ ପକ୍ଷରୁ କୁହାଯାଇଛି। ଏହାସହ ସିଏଏ ହିଂସା ଯୋଗୁଁ ପରିବହନ ବାଧା ଦରବୃଦ୍ଧିର ଅନ୍ୟ ଏକ କାରଣ ବୋଲି ବ୍ୟବସାୟୀ ମାନେ କହିଛନ୍ତି।

Comments are closed.