ଶ୍ରୀମନ୍ଦିର ଜଗମୋହନ ଓ କୋଣାର୍କ ମନ୍ଦିର ସମ୍ପର୍କିତ ଜନସ୍ୱାର୍ଥ ମାମଲା: କୋଣାର୍କ ପାଇଁ ୨ ହଜାର କୋଟିର ସହାୟତା ଅନୁରୋଧ

ଭୁବନେଶ୍ୱର : ଶ୍ରୀମନ୍ଦିର ଜଗମୋହନ ଓ କୋଣାର୍କ ମନ୍ଦିରକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ମାମଲାରେ କୋଣାର୍କ ପାଇଁ ୨ ହଜାର କୋଟି ଟଙ୍କାର ସହାୟତା ଲାଗି ଅନୁରୋଧ କରାଯାଇଛି। ମରାମତି ବାବଦରେ ଅବଗତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବୈଷୟିକ ଦିଗ ଉପରେ ଅବଗତ କରାଇବାକୁ ଏଏସଆଇ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, କୋଣାର୍କ ସମ୍ପର୍କରେ ଆବେଦନକାରୀଙ୍କ ପକ୍ଷରୁ ମିସକେସ ଦାଖଲ ହୋଇଛି। କୋଣାର୍କର ସମ୍ପୂର୍ଣ୍ଣ ମରାମତି ପାଇଁ ୨ ହଜାର କୋଟି ମଞ୍ଜୁର ପାଇଁ ଅନୁରୋଧ କରାଯାଇଛି। ହାଇକୋର୍ଟ ଆସନ୍ତା କାଲି ମାମଲାର ପରବର୍ତ୍ତୀ ଶୁଣାଣି କରିବେ ବୋଲି ସୂଚନା ମିଳିଛି।

Comments are closed.