ଦୁଇ ହାଇୱା ମୁହାଁମୁହିଁ ଧକ୍କା , ଜଣେ ଚାଳକ ଗୁରୁତର

ଲକ୍ଷ୍ମୀପୁର : କୋରାପୁଟ ଜିଲା ଲକ୍ଷ୍ମୀପୁର ଠାରୁ ୯ କି.ମି ଦୂରରେ ଡ଼ୁମୁରିପଦର ପୋଲ ନିକଟରେ ସୋମବାର ଭୋର ସମୟରେ ଦୁଇଟି ହାଇୱା ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଗୋଟିଏ ହାଇୱାର ଜଣେ ଚାଳକ ଲକ୍ଷ୍ମଣ ହରିଜନ ଗୁରୁତର ଆହତ ହେବା ସହ ତାଙ୍କ ଗୋଡ଼ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ତାଙ୍କୁ ଉଦ୍ଧାର କରାଯାଇ କୋରାପୁଟ ମେଡ଼ିକାଲ କଲେଜକୁ ଚିକିତ୍ସା ପାଇଁ ନିଆଯାଇଛି। ସୂଚନା ଯୋଗ୍ୟ, ଆଜି ଭୋରରୁ କୋଡ଼ିଙ୍ଗାମାଳିରୁ ବକ୍ସାଇଟ ନେଇ କାକିରିଗୁମ୍ମା ଡ଼୍ରମ୍ଫିଂ ସ୍ଥଳରେ ଅନ୍ଲୋଡ଼ କରିଫେରୁଥିବା ସମୟରେ ବିପରୀତ ଦିଗରୁ ଡ଼୍ରମ୍ଫିଂ ସ୍ଥଳକୁ ବକ୍ସାଇଟ ନେଇ ଆସୁଥିବା ଅନ୍ୟ ଏକ ହାଇୱା ପୋଲ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା। ବକ୍ସାଇଟ ନେଇ ଯାଉଥିବା ହାଇୱାଟି ପୋଲର ବାଡ଼ ଭାଙ୍ଗି ନଦୀରେ ଓଲଟି ପଡ଼ିଥିଲା। ଏହାସହ ଅନ୍ୟ ହାଇୱାଟିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚେପା ହୋଇଯାଇଛି। ଦ୍ରୁତ ଗତି କାରଣରୁ, ଏଭଳି ଦୁର୍ଘଟଣା ଘଟୁଛି। ଏହାସହ କୋଡ଼ିଙ୍ଗାମାଳିରୁ ମାଲ ପରିବହନ କରୁଥିବା ହାଇୱା ଗୁଡ଼ିକର ଚାଳକମାନେ ବେପରୁଆ ଓ ମଦ୍ୟପାନ କରି ଗାଡ଼ି ଚାଳନା, ତେଲ ବଞ୍ଚାଇ ବିକିବାକୁ ଗଡ଼ାଣିଆ ରାସ୍ତାରେ ନିୟୁଟାଲ କରିବା କାରଣରୁ ମଧ୍ୟ ନିୟନ୍ତ୍ରଣ ହରାଇ ଏଭଳି ଦୁର୍ଘଟଣା ଘଟୁଛି ବୋଲି ମଧ୍ୟ ବୋଲି ସ୍ଥାନୀୟଲୋକେ ଅଭିଯୋଗ କରିଛନ୍ତି। ନଦୀ ମଧ୍ୟରେ ଖସି ପଡ଼ିଥିବା ଚାଳକ ଓ ହେଲପର ଫେରାର ହୋଇଯାଇଥିବା କୁହାଯାଉଥିଲେ ମଧ୍ୟ ପ୍ରକୃତ ଖବର ଅସ୍ପଷ୍ଟ ରହିଛି। ଲକ୍ଷ୍ମୀପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.