ଟ୍ରାକ୍ଟର ତଳେ ଚାପି ହୋଇ ଜଣେ ନାବାଳକ ମୃତ, ଜଣେ ଗୁରୁତର

ବାସୁଦେବପୁର : ଭଦ୍ରକ ଜିଲା ନାଏକାଣୀ ଡ଼ିହି ଥାନା ଅନ୍ତର୍ଗତ କରଞ୍ଜଆଡ଼ିଆ ଗ୍ରାମରେ ସୋମବାର ଏକ ଟ୍ରାକ୍ଟର ତଳେ ଚାପି ହୋଇ ଜଣେ ନାବାଳକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ନାବାଳକ ଗୁରୁତର ହୋଇଛି। ଗୁରୁତରଙ୍କୁ ବାସୁଦେବପୁର ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ ନାବାଳକ କାଳିଆ ମଲିକ (୫)। ଗୁରୁତର ଆହତ ଜଣଙ୍କ ଅନିରୁଧ ମଲିକ ବୋଲି ଜଣାପଡ଼ିଛି। ସୂଚନା ଯୋଗ୍ୟ, ଟ୍ରାକ୍ଟର ଧାନ କଳେଇ ନେଇ ଆସୁଥିବା ବେଳେ କୌଣସି କାରଣ ବଶତଃ ସେଠାରେ ଖେଳୁଥିବା ଉକ୍ତ ଦୁଇ ନାବାଳକଙ୍କ ଉପରେ ଚଢି ଯାଇଥିଲା। ଫଳରେ ଘଟଣାସ୍ଥଳରେ କାଳିଆର ମୃତ୍ୟୁ ହୋଇଥିଲା ଓ ଅନିରୁଧ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ପରେ ଟ୍ରାକ୍ଟର ଚାଳକ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଖବର ପାଇ ପୁଲିସ ବାସୁଦେବପୁର ଡ଼ାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.