ବଣିକ ସଂଘର ଦ୍ବିବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

ଲକ୍ଷ୍ମୀପୁର : କୋରାପୁଟ ଜିଲା ଲକ୍ଷ୍ମୀପୁର ବଣିକ ସଂଘର ଦ୍ବିବାର୍ଷିକ ସମ୍ମିଳନୀ ରବିବାର ସ୍ଥାନୀୟ ନିଷାର ଫାର୍ମରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ପରମେଶ୍ବର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ପାଦକ ଏକଲବ୍ୟ ଚୈାଧୁରି ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଏଥିରେ ବରିଷ୍ଠ ସଦସ୍ୟ ଦୀନବନ୍ଧୁ ସାହୁଙ୍କ ସମେତ ସାଧୁ ତୁରୁକ, ଭି. ଚନ୍ଦ୍ରଶେଖର ରାଓ, ଜଳନ୍ଧର ସାହୁ ଓ ଭି. ଚାନ୍ଦୁ ପ୍ରମୁଖ ମଞ୍ଚାସୀନ ଥିଲେ। ଏଠାରେ ସଙ୍ଗଠନକୁ କିପରି ସୁଦୃଢ଼ କରାଯାଇ ପାରିବ ସେନେଇ ବିସ୍ତୃତ ଆଲୋଚନା ହୋଇଥିଲା।

Comments are closed.