ନାଗରିକତା ସଂଶୋଧନ ବିଲକୁ ବିରୋଧ କରି ଗୌହାଟିରେ ହିଂସା ଘଟଣା, ୩୦ ରୁ ଅଧିକ ବିମାନ ଉଡ଼ାଣ ବାତିଲ, ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ଗୌହାଟି : ପୂର୍ବୋତ୍ତର ରାଜ୍ୟରେ ନାଗରିକତା ସଂଶୋଧନ ବିଲକୁ ବିରୋଧ କରାଯାଇଛି। ଆନ୍ଦୋଳନ ହିଂସାତ୍ମକ ରୂପ ନେବାରୁ ଗୌହାଟିରେ କର୍ଫ୍ୟୁ ଜାରି ହୋଇଛି। ଆନ୍ଦୋଳନକାରୀଙ୍କ ଉପରକୁ ଲୁହବୁହା ଗ୍ୟାସ ପୁଲିସ ପ୍ରୟୋଗ କରିଥିବା ଜଣାପଡ଼ିଛି। ଆସାମ ଓ ତ୍ରିପୁରାରେ ସେନା ମୁତୟନ କରାଯାଇଥିବା ବେଳେ ୧୨ ଓ ୧୩ ତାରିଖ ପାଇଁ ୧୦ଟି ଟ୍ରେନ ବାତିଲ ହୋଇଛି। ଏହାସହ ୩୦ ରୁ ଅଧିକ ବିମାନ ଉଡ଼ାଣ ବାତିଲ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଆସାମର ୧୦ଟି ଜିଲାରେ ବୁଧବାର ଠାରୁ ଇଣ୍ଟରନେଟ୍‍ ସେବା ମଧ୍ୟ ବନ୍ଦ ରହିଛି।

Comments are closed.