ଖଳାରେ ନିଆଁ ଲଗାଇ ବିପୁଳ ପରିମାଣରେ ଧାନ ଜାଳିଦେଲେ ଦୁର୍ବୃତ୍ତ

ବୌଦ୍ଧ : ବୌଦ୍ଧ ଜିଲା କଣ୍ଟାମାଳ ଥାନା ସିନ୍ଦୂରପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଧାନ ଖଳାରେ ଥିବା ବିପୁଳ ପରିମାଣରେ ଧାନକୁ ଦୁର୍ବୃତ୍ତମାନେ ଜାଳି ଦେଇଥିବା ବୁଧବାର ଜଣାପଡ଼ିଛି। ଏହି ଅଗ୍ନିକାଣ୍ଡରେ ପ୍ରାୟ ୭ ଲକ୍ଷ ଟଙ୍କାର ଧାନ ଭସ୍ମ ହୋଇଯାଇଛି। ଖବର ପାଇ ୨ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିଥିବା ସୂଚନା ମିଳିଛି।

Comments are closed.