ରାସ୍ତା ଉପରେ ଜଳିଗଲା କାର, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଜୟଦେବ ବିହାର ଛକ ନିକଟରେ ରବିବାର ଏକ କାର ଜଳିଯାଇଛି। କାରରେ ଥିବା ଯାତ୍ରୀମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ସୂଚନାଯୋଗ୍ୟ, ଜଗତସିଂହପୁରରୁ ଉକ୍ତ କାରରେ କିଛି ଲୋକେ ଏକ ବାହାଘରରେ ଯୋଗ ଦେବାକୁ ଭୁବନେଶ୍ୱର ଆସିଥିଲେ। ଜୟଦେବ ବିହାର ଛକ ନିକଟରେ କାରରେ ହଠାତ ନିଆଁ ଲାଗି ଯାଇଥିଲା। ଏହାପରେ ସମସ୍ତେ କାର ଭିତରୁ ବାହାରି ଆସିବାରୁ ଏକ ବଡ଼ ଦୁର୍ଘଟଣାରୁ ସଭିଏଁ ବର୍ତ୍ତି ଯାଇଛନ୍ତି। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

Comments are closed.