ବିଧାୟକଙ୍କୁ ଘରେ ତାଲା ପକାଇ ଗାଡ଼ିରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ଭୁବନେଶ୍ୱର : ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କୁ ଘର ବାହାରପଟୁ ତାଲା ପକାଇ ତାଙ୍କ କ୍ୟାମ୍ପ କାର୍ଯ୍ୟାଳୟରେ ଥିବା ଗାଡ଼ିକୁ ଦୁର୍ବୃତ୍ତମାନେ ଜାଳିଦେଇଥିବା ରବିବାର ଜଣାପଡ଼ିଛି। ଏନେଇ ଥାନାରେ ଅଭିଯୋଗ ହେବା ସହ ବିକ୍ରମପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟ, ଶନିବାର ବିଳମ୍ବିତ ରାତିରେ ବିଧାୟକ ବ୍ରଜକିଶୋର ପ୍ରଧାନ ବିକ୍ରମପୁର ଥାନା ଅନ୍ତର୍ଗତ ନନ୍ଦିରା ଗାଁରେ ଥିବା କ୍ୟାମ୍ପ ହାଉସରେ ଶୋଇଥିଲେ। ସେହି ସମୟରେ କିଛି ଦୁର୍ବୃତ୍ତ ଘର ବାହାରୁ ତାଲା ପକାଇ ତାଙ୍କ ଗ୍ୟାରେଜରେ ରଖାଯାଇଥିବା ଏକ କାରରେ ନିଆଁ ଲଗାଇ ଦେଇଥିଲେ। ବିଧାୟକଙ୍କ କର୍ମୀ ଏହି ଖବର ଜାଣି ତାଲା ଖୋଲି ବିଧାୟକଙ୍କୁ ଘରୁ ବାହାର କରିଥିଲେ।

Comments are closed.