ବାଣୀବିହାରରେ ଛିଡ଼ା ହୋଇ ମୁଁ ନିଜକୁ ଭାଗ୍ୟବାନ ମଣୁଛି: ରାଷ୍ଟ୍ରପତି

ଭୁବନେଶ୍ୱର: ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ବାଣୀବିହାର(ଉତ୍କଳ ବିଶ୍ଵବିଦ୍ୟାଳୟ)ର ପ୍ଲାଟିନମ ଜୁବିଲି ଉଦଯାପନୀ ସମାରୋହରେ ଯୋଗଦେଇ ନବନିର୍ମିତ ରୁସା ଭବନର ଉଦଘାଟନ କରିଛନ୍ତି। ଏହି ଉତ୍ସବରେ ସେ ଉଦବୋଧନ ଦେଇ କହିଛନ୍ତି, ଏହି ଭୂଖଣ୍ଡ(ବାଣୀବିହାର)ରେ ଛିଡ଼ା ହୋଇ ମୁଁ ନିଜକୁ ଭାଗ୍ୟବାନ ମଣୁଛି। ଓଡ଼ିଶା ସାରା ଜଗତକୁ ଶାନ୍ତିର ବାର୍ତ୍ତା ଦେଇଛି। ୭୫ ବର୍ଷ ଭିତରେ ଉତ୍କଳ ବିଶ୍ୱବିଦ୍ୟାଳୟ ଶିକ୍ଷାର ମନ୍ଦିର ପାଲଟିଛି। ଏହି ବିଶ୍ୱବିଦ୍ୟାଳୟର ବହୁ ଛାତ୍ର ଦେଶକୁ ଗୌରବାନ୍ୱିତ କରିଛନ୍ତି। ଦେଶରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଏହି ବିଶ୍ୱବିଦ୍ୟାଳୟ ପ୍ରମୁଖ ସ୍ଥାନ ନେବ। ଆଗାମୀ ୫/୭ ବର୍ଷ ଭିତରେ ଏହା ଦେଶର ପ୍ରମୁଖ ଶିକ୍ଷାକ୍ଷେତ୍ର ହେବ ବୋଲି ଆଶା। ବିଶ୍ୱବିଦ୍ୟାଳୟକୁ ଆଗେଇ ନେବାକୁ ପୂରାତନ ଛାତ୍ର ଆଗେଇ ଆସନ୍ତୁ ବୋଲି ରାଷ୍ଟ୍ରପତି ଆହ୍ବାନ କରିଛନ୍ତି।

Comments are closed.