ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନିର୍ଦ୍ଧାରିତ ସମୟ ମଧ୍ୟରେ ସାରିଥିବା ହିତାଧିକାରୀଙ୍କୁ ଅତ୍ୟଧିକ ପ୍ରୋତ୍ସାହନ ଅର୍ଥ ପ୍ରଦାନ

କଳାହାଣ୍ଡି : କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ କୁସୁମଦର ଗ୍ରାମର୧୪ ଜଣ ଗ୍ରାମବାସୀଙ୍କ ମଧ୍ୟରୁ ୮ ଜଣ ହିତାଧିକାରୀ ନିର୍ଦ୍ଧାରିତ ସମୟ ମଧ୍ୟରେ ଏହାକୁ ସାରିଥିବାରୁ ସରକାରଙ୍କ ତରଫରୁ ଅତ୍ୟଧିକ ପ୍ରୋତ୍ସାହନ ଅର୍ଥ ପ୍ରଦାନ କରାଯାଇଛି। ଜିଲାଗ୍ରାମ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଭଞ୍ଜ ଦେଓ ଆଜି ଗ୍ରାମର ଏହି ହିତାଧିକାରୀଙ୍କୁ ଅର୍ଥ ରାଶି ଚେକ୍‍ ପ୍ରଦାନ କରିଛନ୍ତି। ଏହାସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯେଉଁମାନଙ୍କ ନାମ ତାଲିକାରେ ନାହିଁ, ସେମାନଙ୍କୁ ମଧ୍ୟ ତାଲିକାରେ ଅନ୍ତର୍ଭୁକ୍ତ କରାଯାଉଥିବା ସୂଚନା ଦେଇଛନ୍ତି।

Comments are closed.