ରାଜ୍ୟରେ ୩୧୪୪ ନୂଆ ପଜିଟିଭ ଚିହ୍ନଟ; ୪ ମୃତ

  • ସୁନ୍ଦରଗଡରେ ସର୍ବାଧିକ ୫୨୩
  • ଆଜିଠାରୁ ସାରା ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ
  • ସୀମାନ୍ତ ୧୦ ଜିଲାରେ ସପ୍ତାହାନ୍ତ ସଟ୍‍ଡାଉନ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୧୪୪ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନରୁ ୧୮୨୩ ଓ ସ୍ଥାନୀୟ ସଂକ୍ରମିତ ୧୩୨୧ ଜଣ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ଘଟିଛି। ସୁନ୍ଦରଗଡରୁ ସର୍ବାଧିକ ୫୨୩ ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ୪୯୭ ଜଣଙ୍କୁ ଚିହ୍ନଟ କରାଯାଇଛି। ସେହିଭଳି ନୂଆପଡା ୩୯୫, ବରଗଡରୁ ୧୫୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ସମ୍ବଲପୁରରୁ ୧୪୯, କଟକ ୧୪୦, ପୁରୀ ୧୨୯, କେନ୍ଦୁଝର ୧୨୮, ଝାରସୁଗୁଡାରୁ ୧୧୯ ଜଣ ଚିହ୍ନଟ ହୋଇଛନ୍ତି।

ଷ୍ଟେଟପୁଲରୁ ୧୧୦ ଜଣ ପଜିଟିଭଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କ ବ୍ୟତୀତ ନରବଙ୍ଗପୁର ୯୬, ବଲାଙ୍ଗିର୯୨, ଯାଜପୁର ୭୬, ମୟୁରଭଞ୍ଜ ୬୮, ଗଜପତି ୬୭, କଳାହାଣ୍ଡି ୫୩, ଭଦ୍ରକ ୫୧, ଅନୁଗୁଳ ୪୯, ରାୟଗଡା ୪୪, ଗଞ୍ଜାମରେ ୪୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୟାଗଡ ଜିଲାରେ ୨୯, ବାଲେଶ୍ୱର ୨୮, ଦେବଗଡ ୨୧, ଜଗତସିଂହପୁର ୧୮, କୋରାପୁଟ ୧୮ ଏବଂ କନ୍ଧମାଳ ୧୩, ବଉଦ ୭, ମାଲକାନଗିରି ୪, ସୁବର୍ଣ୍ଣପୁର ୪, ଢେଙ୍କାନାଳରୁ ଜଣେ ଚିହ୍ନଟ ହୋଇଛନ୍ତି।

ଏଥିସହିତ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୬୪ ହଜାର ୫୯୪କୁ ବୃଦ୍ଧିପାଇଛି। ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୪୩ ହଜାର ୫୨୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୯,୦୭୭ ରହିଛି।
ଦ୍ରୁତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ଆଜିଠାରୁ ରାତ୍ରିକାଳୀନ କର୍ଫ୍ୟୁ ଆରମ୍ଭ ହେଉଛି। ଛତିଶଗଡ ସୀମାନ୍ତକୁ ଲାଗିଥିବା ୧୦ଟି ଜିଲାରେ ସଂଧ୍ୟା ୬ରୁ ସକାଳ ୫ ପର୍ଯ୍ୟନ୍ତ ଏବଂ ଅନ୍ୟ ସମସ୍ତ ୨୦ ଜିଲାର ସହରାଞ୍ଚଳରେ ରାତି ୯ରୁ ସକାଳ ୫ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ହେଉଛି। ଛତିଶଗଡକୁ ଲାଗିଥିବା ରାଜ୍ୟର ୧୦ଟି ଜିଲାରେ ଆଜିଠାରୁ ସପ୍ତାହାନ୍ତ ସଟ୍‍ଡାଉନ ମଧ୍ୟ ଆରମ୍ଭ ହୋଇଛି। ଏଣିକି ସେହି ଜିଲାଗୁଡିକରେ ପ୍ରତି ଶନିବାର ଓ ରବିବାର ଦିନ କେବଳ ଅତ୍ୟାବଶ୍ୟକ ସେବାକୁ ବାଦ୍‍ଦେଇ ଅନ୍ୟ ସମସ୍ତ ବନ୍ଦ ରହିବ।

Comments are closed.