ଧାନ ବିକ୍ରି ନହେବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଧାରଣା

ବରଗଡ଼ : ବରଗଡ଼ ଜିଲାର ଭେଡ଼େନ ବ୍ଲକ ଅନ୍ତର୍ଗତ ରେଶମ ଗ୍ରାମର ଚାଷୀମାନେ ଧାନ ବ୍ରିକି କରି ନପାରିବାରୁ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଧାରଣା ଦେଇଛନ୍ତି। ସରକାରଙ୍କ ଟୋକନ ବ୍ୟବସ୍ଥା ଯୋଗୁଁ ଅବ୍ୟବସ୍ଥା ହେବା ସହ ଚାଷୀଙ୍କୁ ଟୋକନ ମିଳୁନାହିଁ ଫଳରେ ରେଶମ ଧାନ ସଂଗ୍ରହ କେନ୍ଦ୍ରରେ କଟନୀଛାଟଣୀ ଚାଲିଛି। ପ୍ରଶାସନ ପକ୍ଷରୁ ବାରମ୍ବାର ଅବହେଳା କରାଯାଉଥିବାରୁ ଅଞ୍ଚଳର ଚାଷୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି। ତେଣୁ ଏହି ସମସ୍ତ ସମସ୍ୟାର ତୁରନ୍ତ ସମାଧାନ କରାଯିବା ସହିତ ଧାନ ବିକ୍ରି ବ୍ୟବସ୍ଥାକୁ ସରଳ କରାଯିବା ଏବଂ ଚାଷୀଙ୍କ ସୁବିଧା ପାଇଁ ଦାବି କରି ଶତାଧିକ ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।

Comments are closed.