ଭୂମିହୀନ ପରିବାରଙ୍କୁ ସରକାରୀ ଜମି ପଟ୍ଟା ଯୋଗାଇଦେବାକୁ ଜିଲା ପ୍ରଶାସନକୁ ଭେଟିଲେ ସ୍ଥାନୀୟ ଲୋକେ

ଯାଜପୁର : ଯାଜପୁରରେ ଭୂମିହୀନ ପରିବାରଙ୍କୁ ସରକାରୀ ଜମି ପଟ୍ଟା ଯୋଗାଇଦେବା ପାଇଁ ଦାବି କରି ସ୍ଥାନୀୟ ଲୋକେ ଜିଲା ପ୍ରଶାସନଙ୍କୁ ଭେଟିଥିବା ଗୁରୁବାର ଜଣାପଡ଼ିଛି। ଯାଜପୁର ଜିଲାର ଦାନଗଦୀ ଓ ସୁକିନ୍ଦା ବ୍ଲକ ଅଞ୍ଚଳରେ ବସବାସ କରୁଥିବା ଶତାଧିକ ଆଦିବାସୀ ପରିବାର ବର୍ଷ ବର୍ଷ ଧରି ରହିଆସୁଥିଲେ ହେଁ ସେମାନଙ୍କୁ ଆଜି ପର୍ଯ୍ୟନ୍ତ ସ୍ଥାୟୀ ଜମି ପଟ୍ଟା ଯୋଗାଇ ଦିଆଯାଇନାହିଁ। ଫଳରେ ସାଧାରଣ ଲୋକେ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି। ବାରମ୍ବାର ଏ ନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ସେମାନେ ଜିଲା ପ୍ରଶାସନକୁ ଭେଟିଛନ୍ତି। ତୁରନ୍ତ ପ୍ରଶାସନ ଦାବିକୁ ଗ୍ରହଣ କରି ଜମି ପଟ୍ଟା ଯୋଗାଇ ନ ଦେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଥିବା ସୂଚନା ମିଳିଛି।

Comments are closed.