ବନ୍ଦ କୋଠରି ଭିତରୁ ନବବଧୂଙ୍କ ମୃତଦେହ ଉଦ୍ଧାର , ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

କାମାକ୍ଷାନଗର : ଢେଙ୍କନାଳ ଜିଲାର କାମାକ୍ଷାନଗର ଭୁବନ ଥାନା ଅନ୍ତର୍ଗତ ସୁରପ୍ରତାପପୁର ଗାଁରେ ସୋମବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ବନ୍ଦ କୋଠରି ଭିତରୁ ଜଣେ ନବବଧୂର ମୃତଦେହ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ଖବର ପାଇ ପୁଲିସ ମୃତଦେହ ଉଦ୍ଧାର କରିଛି। ନବବଧୂଙ୍କୁ ଯୋଜନାବଦ୍ଧ ହତ୍ୟା କରାଯାଇଛି ବୋଲି ତାଙ୍କ ବାପଘର ଲୋକେ ଅଭିଯୋଗ ଆଣିଛନ୍ତି। ମୃତ ମହିଳାଙ୍କ ସ୍ୱାମୀକୁ ଭୁବନ ଥାନାରେ ଅଟକ ରଖିବା ସହ ପୁଲିସ ପଚରାଉଚରା ଜାରି ରଖିଥିବା ସୂଚନା ମିଳିଛି।

Comments are closed.