ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନାବାଳିକା ମୃତ, ଅନ୍ୟ ଜଣେ ଗୁରୁତର

ଯାଜପୁର : ଯାଜପୁର କୁସୁମା ନିକଟରେ ଶୁକ୍ରବାର ସକାଳ ସମୟରେ ଏକ ଅଘଟଣ ଘଟିଛି। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତ ନାବାଳିକା ଜଣଙ୍କ ଯାଜପୁର ଦେବୀଦ୍ୱାର ଅଞ୍ଚଳର ନକୁଳ ଚମ୍ପିଆଙ୍କ ଝିଅ ତୁଳସୀ ଚମ୍ପିଆ। ଗୁରୁତର ଜଣଙ୍କ ଅଭିମନ୍ୟୁ ଜେନା ବୋଲି ଜଣାପଡ଼ିଛି। ଅଭିମନ୍ୟୁଙ୍କୁ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ତୁଳସୀ ଚାହା ଆଣିବାକୁ ଯାଇଥିବା ସମୟରେ ସେଠାରେ ଛିଣ୍ଡିପଡ଼ିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ।ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଅଭିମନ୍ୟୁ ଛିଣ୍ଡିପଡ଼ିଥିବା ତାରକୁ ଦେଖି ଉଠାଇବାକୁ ଯାଉଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ। ବିଦ୍ୟୁତ ବିଭାଗର ବେପରୁଆ ନୀତି ଯୋଗୁ ଏପରି ଅଘଟଣ ଘଟିଛି ବୋଲି ସ୍ଥାନୀୟ ବାସିନ୍ଦା କହିଥିବା ଜଣାପଡ଼ିଛି।

Comments are closed.