ବାରିଣିପୁଟରେ କୋଠା ଭୁଶୁଡ଼ିବା ଘଟଣା, ନାବାଳକ ମୃତ

ଜୟପୁର : ବାରିଣିପୁଟ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଥିବା କୋଠା ଭୁଶୁଡ଼ିବା ଘଟଣାରେ ଉଦ୍ଧାର ହୋଇଥିବା ୫ ଜଣଙ୍କ ମଧ୍ୟରୁ ଶନିବାର ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାମ ରାସେଲ ଖରା । ବର୍ତ୍ତମାନ ଦୁଇ ଜଣ ଜୟପୁର ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ କୋରାପୁଟକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଯୋଗ୍ୟ, ଶୁକ୍ରବାର ସନ୍ଧ୍ୟାରେ ଉକ୍ତ କୋଠାଟି ଭୁଶୁଡ଼ି ପଡ଼ିଥିଲା। ଫଳରେ ୫ଜଣ ତା ଭିତରେ ରହିଯାଇଥିଲେ। ଏହାପରେ ଏନଡ଼ିଆରଏଫ୍ , ପୁଲିସ ଓ ଦମକଳବାହିନୀ ଦୀର୍ଘ ୮ ଘଣ୍ଟା ଉଦ୍ୟମ କରି ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଉଦ୍ଧାର କରାଯାଇ ଜୟପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭିର୍ତ୍ତି କରାଯାଇଥିଲା। ଏହାପରେ ଭୁଶୁଡ଼ିଥିବା ଘର ଭିତରେ ଫଶି ରହିଥିବା ନାବାଳକ ରାସେଲଙ୍କୁ ବିଳମ୍ବିତ ରାତିରେ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା ଓ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଥିଲା। ଆଜି ପୂର୍ବାହ୍ନ ସମୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Comments are closed.