ସୋସିଆଲ ମିଡ଼ିଆରେ ପ୍ରଭୁ ଲିଙ୍ଗରାଜଙ୍କ ଦାମୋଦର ବେଶର ଫଟୋ ଭାଇରାଲ

ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିରର ଭିଡ଼ିଓ ଭାଇରାଲ ହେବା ପରେ ପ୍ରଭୁ ଲିଙ୍ଗରାଜ ମହାପ୍ରଭୁଙ୍କ ଫଟୋ ଭାଇରାଲ ହୋଇଛି। ଜଣେ ବ୍ୟକ୍ତି ସୋସିଆଲ ମିଡ଼ିଆରେ ପ୍ରଭୁ ଲିଙ୍ଗରାଜଙ୍କ ଦାମୋଦର ବେଶର ଫଟୋ ଭାଇରାଲ କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ବର୍ଷକୁ ଥରେ କାର୍ତ୍ତିକ ମାସରେ ଲିଙ୍ଗରାଜଙ୍କ ମହାପ୍ରଭୁଙ୍କ ଦାମୋଦର ବେଶ ହୋଇଥାଏ। ଏହି ବେଶକୁ ଦର୍ଶନ କରିବାକୁ ବହୁ ଦୂରରୁ ଶ୍ରଦ୍ଧାଳୁ ଆସିଥାଆନ୍ତି। କଡ଼ା ସୁରକ୍ଷା ଓ ମୋବାଇଲ ବାରଣ ସତ୍ତ୍ବେ ପ୍ରଭୁଙ୍କ ଫଟୋ କିପରି ଭାଇରାଲ ହେଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Comments are closed.