ନୃସିଂହନାଥରୁ ପୁରୀକୁ ଖୁବଶୀଘ୍ର ସରକାରୀ ବସ ସେବା ; ପରିବହନ ମନ୍ତ୍ରୀ

ବରଗଡ଼ : ରାଜ୍ୟର ଦୁଇ ପ୍ରମୁଖ ପର୍ଯ୍ୟଟନ ତଥା ତୀର୍ଥସ୍ଥାନକୁ ସଂଯୋଗ କରିବା ପାଇଁ ଖୁବଶୀଘ୍ର ବରଗଡ଼ ଜିଲାର ନୃସିଂହନାଥରୁ ପୁରୀକୁ ସରକାରୀ ବସ ସେବା ଯୋଗାଇ ଦିଆଯିବା ନେଇ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି। ବୁଧବାର ସକାଳ ୮ଟାରେ ମନ୍ତ୍ରୀ ବରଗଡ଼ ସରକାରୀ ବସଷ୍ଟାଣ୍ଡକୁ ପରିଦର୍ଶନ ଆସିଥିଲେ। ଏହି ସମୟରେ ସ୍ଥାନୀୟ ଜନସାଧାରଣ ବସଷ୍ଟାଣ୍ଡରେ ଦୀର୍ଘଦିନରୁ ଅବହେଳିତ ଭାବେ ପଡ଼ି ରହିଥିବା ଶୌଚାଳୟ, ଡ଼୍ରେନେଜ ବ୍ୟବସ୍ଥା ଉପରେ ମଧ୍ୟ ମନ୍ତ୍ରୀଙ୍କ ଦୃଷ୍ଟିରେ ଆଣିଥିଲେ। ବସଷ୍ଟାଣ୍ଡର ଜମି ପଟ୍ଟା ପାଇଁ ବରଗଡ଼ ସହକାରୀ ପରିବହନ ପ୍ରବନ୍ଧକଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ସେ ପୁରୀ-ନୃସିଂହନାଥ ବସ ସେବା ସହିତ ସିଆଲଖଣ୍ଡହତାରୁ ନୃସିଂହନାଥକୁ ଏକ ବସ ଚାଲିବ ବୋଲି କହିଛନ୍ତି। ବରଗଡ଼ରେ ଥିବା ସମସ୍ୟା ଗୁଡ଼ିକର ଖୁବଶୀଘ୍ର ସମାଧାନ କରାଯିବ ବୋଲି ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି। ଏହି ସମୟରେ ବରଗଡ଼ ଆରଟିଓ କେଶବ ଚନ୍ଦ୍ର ରାଉତ, ସହକାରୀ ପରିବହନ ପ୍ରବନ୍ଧକ ବିଭୁ ସାମନ୍ତରାୟ, ବିଜେଡ଼ି ନେତା ଭୀଷ୍ମ ସରାବ ,କଳାକାର ସଂଘର ଚୈତନ୍ୟ ପାଇକ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.