ଟ୍ରକ ଧକ୍କାରେ ଦେଢ ବର୍ଷ ଶିଶୁର ମୃତ୍ୟୁ

ବଗଗଡ଼ : ଟ୍ରକ ଧକ୍କାରେ ଏକ ଦେଢ ବର୍ଷ ଶିଶୁର ମୃତ୍ୟୁ ହୋଇଛି। ମୃତ ଶିଶୁ ରାଜେନ୍ଦ୍ର ଦୀପ ଓ ସବିତା ଦୀପଙ୍କର ଦେଢ ବର୍ଷର ପୁଅ ଦିବେଶ ଦୀପ ବୋଲି ଜଣାପଡ଼ିଛି। ଏଭଳି ଏକ ଅଭାବନୀୟ ଘଟଣା ବରଗଡ଼ ୱାର୍ଡ଼ ନମ୍ବର ୧୪ ସ୍ଥିତ ମାଷ୍ଟରଟିକିରା ଅଞ୍ଚଳରେ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ରାଜେନ୍ଦ୍ର ଦୀପ ଓ ସବିତା ଦୀପଙ୍କ ଘର ଗାଇସିଲେଟ ବ୍ଲକ ନଟପୁର ଗାଁରେ ହୋଇଥିବା ବେଳେ ସେମାନେ ଦିବେଶର ମାମୁଁଘର ମାଷ୍ଟରଟିକିରାକୁ ଆସିଥିଲେ। ସେଠାରେ ଶିଶୁଟି ରାସ୍ତା ପାର ହେଉଥିବା ସମୟରେ ଏକ ସାର ବୋଝେଇ ଟ୍ରକ ତାକୁ ଧକ୍କା ଦେଇଥିଲା। ପରିବାର ଲୋକେ ଶିଶୁକୁ ତୁରନ୍ତ ବରଗଡ଼ ମୁଖ୍ୟ ଡ଼ାକ୍ତରଖାନାକୁ ନେଇଥିଲେ। ମାତ୍ର ସେତେବେଳକୁ ଶିଶୁଟିର ମୃତ୍ୟୁ ହୋଇସାରିଥିଲା। ଏନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିଲା। ସ୍ଥାନୀୟ ଲୋକେ ଟ୍ରକଟିକୁ ଅଟକ ରଖିଥିଲେ ମଧ୍ୟ ଚାଳକ ଫେରାର ହୋଇଯାଇଥିବା ଜଣାପଡ଼ିଛି।

Comments are closed.