ସଡ଼କ ଦୁର୍ଘଟଣାରେ ୨ ମୃତ

ବାଲେଶ୍ୱର : ବାଲେଶ୍ୱର ଜିଲା ସିମୁଳିଆ ଥାନା ଅନ୍ତର୍ଗତ ମାର୍କୋଣା ଗାଁରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାତିରେ ଯାତ୍ରା ଦେଖି ସକାଳେ ଦୁଇ ଜଣ ସାଙ୍ଗ ବାଇକରେ ଫେରୁଥିବା ସମୟରେ ଦୁର୍ଘଟଣା ଘଟି ଦୁଇ ସାଙ୍ଗଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଖବର ପାଇ ସିମୁଳିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଦୁଇ ଜଣ ସାଙ୍ଗ ବାଇକରେ ଯାତ୍ରା ଦେଖି ଫେରୁଥିବା ସମୟରେ ବାଇକ ଭାରସାମ୍ୟ ହରାଇବାରୁ ଏଭଳି ଦୁଃଖଦ ଘଟଣା ଘଟିଛି ବୋଲି ଜଣାପଡ଼ିଛି।

Comments are closed.