ରାଜଧାନୀରେ ଡବଲ ମର୍ଡର

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀର ସଙ୍ଗମ ବିହାର ଓ ଖଜୁରୀ ଖାସ ଅଞ୍ଚଳରେ ଏକା ସମୟରେ ଦୁଇଟି ହତ୍ୟାକାଣ୍ଡ ଘଟିଛି । ଜଣେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଥିବା ବେଳେ ଆଉ ଜଣେ ଯୁବକଙ୍କୁ ଦୁର୍ବୃତ୍ତ ମାନେ ଗୁଳିକରି ହତ୍ୟା କରିଛନ୍ତି । ସୂଚନା ମୁତାବକ ଦୁର୍ବୃତ୍ତ ମାନେ ଗତକାଲି ରାତିରେ ସଙ୍ଗମ ବିହାର ଅଞ୍ଚଳରେ ଜଣେ ୨୬ ବର୍ଷିୟ ଯୁବକଙ୍କୁ ପ୍ରଥମେ ଆକ୍ରମଣ କରିଥିଲେ । ପରେ ଯୁବକ ଜଣକ ନିଜ ଜୀବନ ବଞ୍ଚାଇବାକୁ ଏଣେତେଣେ ଦୌଡ଼ିବା ସହ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ବଡ଼ ପାଟିକରି ଡାକିଥିଲେ ।

ହେଲେ ଅଭିଯୁକ୍ତ ମାନେ ଯୁବକଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ । ଆକ୍ରମଣରେ ଯୁବକ ଜଣକ ଗୁରୁତର ହୋଇଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା  । ହେଲେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି । ଧାରା ୩୦୨ ଆଧାରରେ ପୁଲିସ ଏକ ମାମଲା ରୁଜୁ କରିଛି । ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ୩ଜଣ ଅଭିଯୁକ୍ତଙ୍କୁ ଅଟକ ରଖିବା ସହ ଏନେଇ ପୁଲିସ ପଚରାଉଚରା କରୁଛି ।

ସେହିପରି ଖଜୁରୀ ଖାସ ଅଞ୍ଚଳରେ ଦୁର୍ବୃତ୍ତ ମାନେ ଜଣେ ଯୁବକଙ୍କୁ ଗୁଳିକରି ହତ୍ୟା କରିଥିବା ଜଣାପଡ଼ିଛି । ପୁଲିସର ସୂଚନା ଅନୁଯାୟୀ ଦୁର୍ବୃତ୍ତ ମାନେ ଯୁବକଙ୍କ ମୁଣ୍ଡକୁ ଗୁଳି ଚଳାଇଥିଲେ । ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ମୃତ ଯୁବକଙ୍କ ବୟସ ୧୯ ବର୍ଷ ହେବ ବୋଲି ପୁଲିସ କହିଛି । ଏନେଇ ଅଧିକ ତଦନ୍ତ ଚଳାଇଛି ।

Comments are closed.