ଦିଲ୍ଲୀରେ ବିସ୍ଫୋରଣ: କିଛି କାର କ୍ଷତିଗ୍ରସ୍ତ, ତଦନ୍ତ ଆରମ୍ଭ

ନୂଆଦିଲ୍ଲୀ: ଦିଲ୍ଲୀରେ ଥିବା ଇସ୍ରାଏଲ ଦୂତାବାସ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଦୂତାବାସ ବାହାରେ ଆଇଇଡି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ଏହି ବିସ୍ଫୋରଣରେ କିଛି କାର୍ କ୍ଷତିଗ୍ରସ୍ତ ହୋଇଛି। ତେବେ ଦିଲ୍ଲୀର ଇସ୍ରାଏଲ୍ ଦୂତାବାସ ନିକଟରେ ହୋଇଥିବା ବିସ୍ଫୋରଣରେ କେହି ମୃତାହତ ହୋଇଥିବା ନେଇ କୌଣସି ସୂଚନା ମିଳିପାରିନାହିଁ। ଘଟଣା ସ୍ଥଳରେ ସ୍ପେଶାଲ ସେଲର ଏକ ଟିମ ଏବଂ ଦିଲ୍ଲୀ ପୁଲିସର ବରିଷ୍ଠ ଅଧିକାରୀମାନେ ପହଞ୍ଚି ଘଟଣାର ଛାନଭିନ୍ କରୁଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆଦିଲ୍ଲୀସ୍ଥିତ କୋଠା ନିକଟରେ ଇସ୍ରାଏଲ୍ ଦୂତାବାସ ରହିଛି ଏବଂ ସେହି କୋଠାର କିଛି କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ନାହିଁ।