ପ୍ରଦୂଷଣ ନିୟନ୍ତ୍ରଣ ଲାଗି ଅମ୍ଳଜାନଭିତ୍ତିକ ଇନ୍ଧନ ପ୍ରସ୍ତୁତି ନିର୍ଦ୍ଦେଶ

ନୂଆଦିଲ୍ଲୀ :ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ବାୟୁ ପ୍ରଦୂଷଣ ସାଙ୍ଘାତିକସ୍ତରରେ ପହଞ୍ଚିଥିବା ବେଳେ ଏହାର ମୁକାବିଲା ଲାଗି ଅମ୍ଳଜାନ ଭିତ୍ତିକ ଇନ୍ଧନ ପ୍ରସ୍ତୁତ କରିବାକୁ ସୁପ୍ରିମକୋର୍ଟ ବୁଧବାର କେନ୍ଦ୍ର ସରକାରଙ୍କୁ କହିଛନ୍ତି। ସରକାର କହିଥିଲେ ଯେ ପ୍ରଦୂଷଣ ନିୟନ୍ତ୍ରଣ ଲାଗି ଜାପାନ ଅବଲମ୍ବନ କରୁଥିବା କୌଶଳକୁ ଅନୁଧ୍ୟାନ କରାଯାଉଛି। ଏ ସମ୍ବନ୍ଧରେ ଡିସେମ୍ବର ୩ ସୁଦ୍ଧା ସର୍ବୋଚ୍ଚ ଅଦାଲତରେ ସତ୍ୟପାଠ ଦାଖଲ କରିବାକୁ ପ୍ରଧାନ ବିଚାରପତି ରଞ୍ଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ହରିୟାଣା, ପଞ୍ଜାବ ଓ ଉତ୍ତରପ୍ରଦେଶ ସମେତ ଦିଲ୍ଲୀ​ରେ ପ୍ରଦୂଷଣସ୍ତର ବିପଦଜ୍ଜନକ ସ୍ଥିତିରେ ପହଞ୍ଚୁଥିବାରୁ ନାନା ସମସ୍ୟା ଉପୁଜୁଥିବା ଲକ୍ଷ୍ୟ କରି ପୀଠ ଏହି ମାମଲାକୁ ନିଜଆଡୁ ବିଚାରକୁ ନେଇଥିଲେ।

Comments are closed.