ଟି-୨୦ ବିଶ୍ବକପ: ନ୍ୟୁଜିଲାଣ୍ଡଠାରୁ ୮ ୱିକେଟରେ ହାରିଲା ଭାରତ

ଦୁବାଇ: ଟି-୨୦ ବିଶ୍ବକପରେ ଭାରତର ଦ୍ବିତୀୟ ପରାଜୟ। ନ୍ୟୁଜିଲାଣ୍ଡଠାରୁ ୮ ୱିକେଟରେ ହାରିଲା ଭାରତ। ପାକିସ୍ତାନ ପରେ ନ୍ୟୁଜିଲାଣ୍ଡଠାରୁ ହାରିଲା ଭାରତ। ଆଇସିସି ଦ୍ୱାରା ପରିଚାଳିତ ଚଳିତ ଟି-୨୦ ପୁରୁଷ ବିଶ୍ୱକପ୍‌ର ଅନ୍ୟତମ ମୁକାବିଲାରେ ନ୍ୟୁଜିଲାଣ୍ଡ ୮ ୱିକେଟ୍‌ରେ ରବିବାର ବିରାଟ ବାହିନୀକୁ ପରାସ୍ତ କରିଛି। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଖେଳାଯାଇ ଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିଣି ନ୍ୟୁଜିଲାଣ୍ଡ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ କୋହଲିଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ବ୍ୟାଟିଂ କରିଥିଲା। ତେବେ ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଭାରତ ୨୦ ଓଭରରେ ୭ଟି ୱିକେଟ୍‌ ହରାଇ ମାତ୍ର ୧୧୦ ରନ୍‌ କରିଥିଲା। ନ୍ୟୁଜିଲାଣ୍ଡ ୧୧୧ ରନ୍‌ ବିଜୟ ଲକ୍ଷ୍ୟ କରି ୧୪.୩ ଓଭରରେ ୨ଟି ୱିକେଟ ହରାଇ ହାସଲ କରିଥିଲା। ସୂଚନାଯୋଗ୍ୟ, ଭାରତ ଗତ ୨୪ ତାରିଖରେ ପାକିସ୍ତାନ ଠାରୁ ୧୦ ୱିକେଟ୍‌ରେ ପରାସ୍ତ ହୋଇଥିଲା।

Comments are closed.