ନୂଆବର୍ଷରୁ କଡ଼ାକଡ଼ି ହେବ ଟ୍ରାଫିକ୍‍ ନିୟମ

ମଦ୍ୟପାନ କରି ଗଡ଼ିଚଳାଇଲେ ସାବଧାନ !

ନୂଆଦିଲ୍ଲୀ: କଡ଼ାକଡ଼ି ହେବ ଟ୍ରାଫିକ୍‍ ନିୟକ । ନୂଆବର୍ଷ ଅର୍ଥାତ୍‍ ଆସନ୍ତାକାଲିଠୁ ଟ୍ରାଫିକ ନିୟମକୁ କଡାକଡି କରିବାକୁ ନିଷ୍ପତ୍ତି ନିଆଯାଇଛି। ଟ୍ରାଫିକ୍‍ ନିୟମ ଉଲ୍ଲଂଘନ କଲେ ଆପଣ ମୋଟା ଅଙ୍କର ତଣ୍ଡ ଗଣିବା ସହ ଜେଲକୁ ବି ଯାଇପାରନ୍ତି । ବିଶେଷ କରି ଯଦି ଆପଣ ମଦ୍ୟପାନ କରି ଗାଡ଼ି ଚଳାଉଥାନ୍ତି । ତାହେଲେ ସତର୍କ ରହିବା ନିହାତି ଜରୁରୀ । କାରଣ ଗାଡ଼ି ଚଳାଇବା ସମୟରେ ଯଦି ଆପଣ ମଦ୍ୟପାନ କରିଥିବେ ତାହେଲେ ଆପଣଙ୍କୁ ୧୫ହଜାର ଟଙ୍କା ଜରିମାନା ସହ ୨ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ । ସବୁଠୁ ବଡ଼ କଥା ହେଉଛି ଯଦି କୌଣସି ନାବାଳକ ଗାଡ଼ି ଚଳାଉଥାନ୍ତି ଆଉ ତାଙ୍କ ଦ୍ୱାରା କିଛି ଦୁର୍ଘଟଣା ଘଟେ ତେବେ ନାବାଳକଙ୍କ ଅଭିଭାବକ ଓ ଗାଡ଼ିର ମାଲିକ ଦୋଷୀ ସାବ୍ୟସ୍ତ ହେବେ ।

ଗାଡି ଚଳାଇବା ସମୟରେ ମଦ୍ୟପାନ କରିବା ଏକ ଗୁରୁତର ଅପରାଧ । ଯଦି ଆପଣ ନୂଆ ବର୍ଷରେ ମଦ୍ୟପାନ କରିବା ପରେ ଗାଡି ଚଳାନ୍ତି, ତେବେ ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ମଦ୍ୟପାନ ଯୋଗୁ ଆପଣଙ୍କୁ ୨ ବର୍ଷ ଜେଲଦଣ୍ଡ ସହ ୧୫,୦୦୦ ଟଙ୍କା ଜୋରିମାନା ଦେବାକୁ ପଡିପାରେ । ମୋଟର ଯାନ ଅଧିନିୟମର ଧାରା ୧୮୫ ଅନୁଯାୟୀ, ପ୍ରଥମ ଥର ଏପରି କରିବା ଦ୍ୱାରା ୧୦,୦୦୦ ଟଙ୍କା କିମ୍ବା ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ । ଅନ୍ୟପକ୍ଷରେ, ଯଦି ପୁନର୍ବାର ଏପରି ଭୁଲ୍ କରୁଥିବା ଦେଖିବାକୁ ମିଳେ ତେବେ ତାଙ୍କୁ ୨ ବର୍ଷ ଜେଲ ସହ ୧୫,୦୦୦ ଟଙ୍କା ଜରିମାନା କରାଯାଇପାରେ ।

ନାବାଳକଙ୍କ ଦ୍ୱାରା ଯଦି କୌଣସି ଦୁର୍ଘଟଣା ଘଟେ ତେବେ ଟ୍ରାଫିକ୍ ନିୟମ ଅନୁଯାୟୀ ନାବାଳକଙ୍କ ଅଭିଭାବକ କିମ୍ବା ଗାଡ଼ି ମାଲିକ ଦୋଷୀ ବୋଲି ଧରାଯିବ । ଏବଂ ଆଇନ ଅନୁଯାୟୀ ଦୋଷୀଙ୍କୁ ୩ବର୍ଷ ଜେଲ ସହ ୨୫ ହଜାର ଟଙ୍କ ଜରିମାନା ଗଣିବେ । ତାହା ସହ ନାବାଳକଙ୍କୁ ମଧ୍ୟ ନାବାଳକ ଆଇନ ଅନୁଯାୟୀ ପୃଥକ ଭାବରେ ବିଚାର କରାଯିବ। ଏବଂ ଗାଡ଼ିର ପଞ୍ଜିକରଣକୁ ମଧ୍ୟ ବାତିଲ କରାଯିବ ।

ଅନ୍ୟପଟେ ମଧ୍ୟ କେନ୍ଦ୍ର ସଡକ ପରିବହନ ମନ୍ତ୍ରଣାଳୟ ଡ୍ରାଇଭରମାନଙ୍କୁ କିଛି ସୁବିଧା ପ୍ରଦାନ କରିଛନ୍ତି । ଡ୍ରାଇଭରଙ୍କ ଦ୍ୱାରା ଯଦି କୌଣସି ଟ୍ରଫିକ୍‍ ନିୟମ ଭଙ୍ଗ ହୋଇଥାଏ । ତେବେ ଡ୍ରାଇଭରମାନଙ୍କର ଲାଇସେନ୍ସ ବାତିଲ ହେବ ନାହିଁ । ନୂତନ ଟ୍ରାଫିକ ନିୟମ ଅନୁଯାୟୀ, ନିୟମ ଭାଙ୍ଗିବା ପାଇଁ ଡ୍ରାଇଭରଙ୍କ ନିକଟରୁ କେବଳ ଜରିମାନା ଆଦାୟ କରାଯିବ । ଡ୍ରାଇଭିଂ ଲାଇସେନ୍ସ ବାତଲ ହେବା ଦ୍ୱାରା ୩ ମାସ ଯାଏ ଡ୍ରାଇଭର ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲେ । ଏହା ଦ୍ୱାରା ଡ୍ରାଇଭର ମାନେ କିଛି ଉପକୃତ ହୋଇପାରିବେ ।

 

Comments are closed.