ଦୁନିଆରେ କିଛି ଏଭଳି ଦେଶ : ଯେଉଁଠାରେ କିଛି ସ୍ୱତନ୍ତ୍ର ଶୈଳୀ ଓ ପରମ୍ପରାରେ ସ୍ୱାଗତ କରାଯାଏ ନବବର୍ଷ

ରାତି ପାହିଲେ ନବବର୍ଷ। ପ୍ରତ୍ୟେକ ନିଜ ନିଜର ସ୍ୱତନ୍ତ୍ର ଶୈଳୀରେ ନବବର୍ଷକୁ ସ୍ୱାଗତ କରିଥାଆନ୍ତି। କିଛି ଲୋକେ ନବବର୍ଷରେ ଭିନ୍ନ ଭିନ୍ନ ସଙ୍କଳ୍ପ ନେଇଥାଆନ୍ତି। ଗୁଡ୍‍ ଲକ୍‍ ପାଇଁ (ଉତ୍ତର ସୌଭାଗ୍ୟ) ପାଇଁ କିଛି ସ୍ୱତନ୍ତ୍ର ଉପାୟ ମଧ୍ୟ ଆପଣାଇ ଥାଆନ୍ତି। ଯେପରି ସମ୍ପୂର୍ଣ୍ଣ ବର୍ଷ ଭଲରେ ବିତୁ। ଦୁନିଆରେ କିଛି ଏଭଳି ଦେଶ ରହିଛି, ଯେଉଁଠାରେ କିଛି ଭିନ୍ନ ଉପାୟରେ ନବବର୍ଷକୁ ସ୍ୱାଗତ କରିବା ଦ୍ୱାରା ତାହା ଶୁଭ ବୋଲି ବିବେଚନା କରାଯାଏ।
କିଛି ସ୍ଥାନରେ ନବବର୍ଷ ସନ୍ଧ୍ୟାରେ ମାଛ ଖାଇବାର ପରମ୍ପରା ରହିଛି। କାରଣ କୁହାଯାଇଥାଏ ମାଛ ଯେପରି ସର୍ବଦା ଗୋଟିଏ ଦିଗରେ ଆଗକୁ ଅଗ୍ରସର ହୋଇଥାଏ, ଯାହା ପ୍ରଗତିର ପ୍ରତିନିଧିତ୍ୱ କରିଥାଏ।
ଅଙ୍ଗୁର ଖାଇବାର ପରମ୍ପରା –
ସ୍ପେନରେ ନୂଆ ବର୍ଷର ସ୍ୱାଗତ ୧୨ଟି ଅଙ୍ଗୁର ଖାଇ ଆରମ୍ଭ କରିଥାଆନ୍ତି। ରାତି ୧୨ଟା ସମୟରେ ନବବର୍ଷର ଘଣ୍ଟି ବାଜିଥାଏ। ଲୋକେ ପ୍ରତ୍ୟେକ ଘଣ୍ଟିର ଶବ୍ଦରେ ଗୋଟିଏ ଅଙ୍ଗୁର ଖାଇ ଥାଆନ୍ତି। ଏହାକୁ ସେମାନେ ସୌଭାଗ୍ୟ ବୋଲି ବିବେଚନା କରନ୍ତି। ପ୍ରତ୍ୟେକ ଅଙ୍ଗୁର ଆସୁଥିବା ଗୋଟିଏ ଗୋଟିଏ ମାସର ପ୍ରତିନିଧିତ୍ୱ କରିଥାଏ। ମୋଟ ୧୨ଟି ଅଙ୍ଗୁର ଖାଇଥାଆନ୍ତି।
ଡେନମାର୍କରେ ଲୋକେ ନବବର୍ଷର ସ୍ୱାଗତ କରିବା ପାଇଁ ଚେୟାର ଉପରେ ଠିଆ ହୋଇଥାଆନ୍ତି। ଠିକ ୧୨ଟାରେ ହିଁ ଚେୟାର ଉପରୁ ଚଟାଣକୁ ଡେଇଁ ଥାଆନ୍ତି। ଏହାଦ୍ୱାରା ଶୁଭଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି।
ଡେନମାର୍କରେ ନବବର୍ଷରେ ପ୍ଲେଟ ଭାଙ୍ଗିବା ଶୁଭ ବୋଲି କୁହାଯାଏ। ଏଠାରେ ଲୋକେ ନିଜର ପରିବାର ସଦସ୍ୟ ଓ ସାଙ୍ଗଙ୍କ ଦରଜା ନିକଟରେ ପ୍ଲେଟ ଭାଙ୍ଗି ଥାଆନ୍ତି। ପରଦିନ ସକାଳେ ଯେତେ ଅଧିକ ପ୍ଲେଟ ଯାହା ଘର ସାମ୍ନାରେ ପଡିଥାଏ, ସେତେ ଅଧିକ ଶୁଭ ବୋଲି କୁହାଯାଏ।
କିଛି ସ୍ଥାନରେ ବାଲଟିରେ ପାଣି ରଖି ଏହି ପାଣି ଝରକା ଦେଇ ବାହାରକୁ ପକାଯାଏ। ଏହାଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ ବୋଲି କୁହାଯାଏ।
କଲୋମ୍ବିଆର ଲୋକଙ୍କୁ ଭ୍ରମଣ ବେଶ ପସନ୍ଦ। ନୂଆବର୍ଷରେ ଏଠାରେ ଲୋକେ ଖାଲି ବ୍ୟାଗ , ଆଟାଜି ଆଦି ନେଇ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାର ପରମ୍ପରା ରହିଛି। ବିଶ୍ୱାସ ରହିଛି ଏପରି କରିବା ଦ୍ୱାରା ବର୍ଷଯାକ ଭ୍ରମଣର ସୁଯୋଗ ମିଳିଥାଏ।
ବ୍ରାଜିଲ ସମେତ ଅନେକ ଦେଶରେ ନବବର୍ଷର ସ୍ୱାଗତ ପାଇଁ ସମୁଦ୍ର କୂଳରେ ଲହରି ଡ଼େଇଁ ଥାଆନ୍ତି। ସମୁଦ୍ରର ୭ଟି ଲହରୀରେ ଡ଼େଇଁ ଥାଆନ୍ତି। ପ୍ରତ୍ୟେକ ଲହରୀରେ ନିଜର ଗୋଟିଏ ଲେଖାଏଁ ଇଚ୍ଛାକୁ ଜଣାଇବାର ପରମ୍ପରା ରହିଛି। ଏହା ଦ୍ୱାରା ଖୁବ ଶୁଭଫଳ ମିଳିବା ଦ୍ୱାରା ନବବର୍ଷ ଭଲରେ ଅତିବାହିତ ହୋଇଥାଏ ।
ବ୍ରାଜିଲରେ ନୂଆବର୍ଷର ସନ୍ଧ୍ୟାରେ ଧଳା ପୋଷାକ ପରିଧାନ କରିବାର ପରମ୍ପରା ରହିଛି। ଏହାଦ୍ୱାରା ସାରା ବର୍ଷରେ ଭଲରେ ଅତିବାହିତ ହେବା ସହ ଶାନ୍ତି ମିଳିଥାଏ।
କିଛି ଦେଶରେ ଲୋକେ ନୂଆବର୍ଷରେ ନିଜର ଝରକା ଓ କବାଟ ଖୋଲା ରଖନ୍ତି। ଏହାସହ ଘରର ଝରକା , କବାଟ ଦେଇ ସୁଖ ଘରକୁ ଆସିଥାଏ।
ଅନ୍ୟ କେତେକ ଦେଶରେ ନୂଆବର୍ଷରେ ନିଜର ସମସ୍ତ ଇଚ୍ଛା ଏକ କାଗଜରେ ଲେଖି ଏକ ଡବା ମଧ୍ୟରେ ରଖାଯାଏ। ଏହି ଡବା ଅଥବା କାଚ ଜାରକୁ ଆସନ୍ତା ବର୍ଷ ଯାଏଁ ସମ୍ଭାଳି ରଖାଯାଏ। ଆସନ୍ତା ନୂଆ ବର୍ଷରେ ଖୋଲି ଦେଖାଯାଏ କେତେ ଇଚ୍ଛା ପୂରଣ ହେଇଛି।

Comments are closed.