ଭାରତରେ ବର୍ଷାକୁ ଭଲପାଉଥିବା ସାପର ପ୍ରଜାତି

ନୂଆଦିଲ୍ଲୀ .- ଭାରତରେ ଏକ ନୂତନ ପ୍ରଜାତିର ସାପଙ୍କର ସନ୍ଧାନ ମିଳିଛି । ଏହି ସାପ ବିଷୟରେ ଗବେଷଣା କରୁଥିବା ଗବେଷକ ଅନେକ ସ୍ୱତନ୍ତ୍ର ତଥ୍ୟ ପାଇଛନ୍ତି । ମିଜୋରାମରେ ଏହି ପ୍ରଜାତିର ସାପ ମିଳନ୍ତି । ସ୍ଥାନୀୟ ଭାଷାରେ ଏହାକୁ ରୁଆହାଲ୍ୱାମୁରୁଲ କୁହନ୍ତି । ଏହି ସାପକୁ ଅନେକ ଲୋକ ରେନ୍‌ ସ୍ନେକ ବୋଲି ବି କହିଥାଆନ୍ତି । ସାଧାରଣତଃ ଲୋକ ରହୁଥିବା ସ୍ଥାନରେ ଏହି ସାପ ଦେଖାଯାଆନ୍ତି । ମାତ୍ର ଏହି ପ୍ରଜାତିର ସାପକୁ ଜୈବ ବିଜ୍ଞାନରେ ସାମିଲ କରାଯାଇ ନଥିଲା । ଉତ୍ତରଭାରତରେ ଦେଖାଯାଉଥିବା ସାପକୁ ଏବେ ଜୈବ ବିଜ୍ଞାନର ସ୍ମିଥୋଫିସ୍‌ ଆଟେମ୍ପୋରାନିଲସ୍‌ ଶ୍ରେଣୀରେ ସାମିଲ୍‌ କରାଯାଇଛି । ରିସର୍ଚ୍ଚରସ୍‌ ମ୍ୟାଟରସ୍‌ରେ ଏନେଇ ଏକ ଆଲେଖ୍ୟ ପ୍ରକାଶ ପାଇଛି । ଜୁଟୁକ୍ସା ଜୁଲୋଜି(ଜୈବ ବିଜ୍ଞାନ) ପତ୍ରିକାରେ ଏ ନେଇ ଖବର ପ୍ରକାଶ ହୋଇଛି । ସବୁଠାରୁ ବଡ କଥା ହେଉଛି ଏହି ସାପର ବିଷ ନାହିଁ ।
ଏହି ସାପୁ ଅଢେଇ ଫୁଟ ଯ।ଏଁ ଲମ୍ବା ହୁଅନ୍ତି । ବେଙ୍ଗ ଓ ଜିଆ ଖାଇ ବଞ୍ଚିଥାଆନ୍ତି । କଳାରଙ୍ଗରେ ଏହି ସାପର ଶରୀରରେ ଧଳାରଙ୍ଗର ଗୋଲିଆ ଚିହ୍ନ ରହିଥାଏ । ପାଣି ଜମିଥିବା ସ୍ଥାନରେ ଏହି ସାପ ବେଶୀ ଦେଖାଯାଆନ୍ତି । ଏହି ସାପର ନାମ କରଣ ବ୍ରିଟେନର ଜୈବ ବିଜ୍ଞାନୀ ମାଲକମ୍‌ ଏ ସ୍ମିଥ୍‌ଙ୍କ ନାମରେ ସ୍ମିଥଥୋଫିସ୍‌ ରଖାଯାଇଛି। ମାଲକମ୍‌ ସ୍ମିଥ ଭାରତରେ ୧୯୩୧ରୁ ୧୯୪୧ ପର୍ଯ୍ୟନ୍ତ ବିଭିନ୍ନ ଗବେଷଣା କରିଥିଲେ । ସେ ସମୟରେ ବ୍ରିଟଶ୍ ଇଣ୍ଡିଆର ବିଭିନ୍ନ ଫ୍ଲୋରା ଆଣ୍ଡ ଫଉନା ( ପ୍ରାଣୀ ବିଜ୍ଞାନ ) ବିଷୟରେ ଏକ ପୁସ୍ତକ ରଚନା କରିଥିଲେ । ଏଥିରେ ଅନେକ ଜୀବଜନ୍ତୁ ଓ ବୃକ୍ଷଲତା ବିଷୟରେ ସେ ତଥ୍ୟ ପ୍ରଦାନ କରିଥିଲେ ।
ଗବେଷଣା ସମୟରେ ଏହି ସ୍ମିଥୋଫିସ୍‌ ସାପର ଡିଏନ୍‌ର ପରୀକ୍ଷଣ କରାଯାଇଥିଲା । ଏହା ଭାରତରେ ଏହି ପରି ଦେଖାଯାଉଥିବା ଅନ୍ୟ ସାମପମାନଙ୍କଠାରୁ ସମ୍ପୂର୍ଣ୍ଣ ଭାବେ ଭିନ୍ନ ବୋଲି ଜଣା ପଡିଛି ।
ମେ ମାସରେ ଓଡିଶାରେ ଏକ ନୂଆ ପ୍ରଜାତିର ସାପ ଭାଇନ ସ୍ନେକ ବା ଆହେଇଟୁଲ୍ଲା ଲାଉଡଙ୍କିଆ ସାପକୁ ନୂତନ ପ୍ରଜାତିର ଶ୍ରେଣୀରେ ସାମିଲ କରାଯାଇଥିଲା । ସେହିପରି ଅରୁଣାଚଳ ପ୍ରଦେଶରୁ ଏକ ନୂତନ ପ୍ରଜାତିର ପିଟ୍‌ ଭାଇପର ବା ବେଡାସାପ ମିଳିଥିଲା ।

Comments are closed.