କାର୍ଯ୍ୟରେ ଯୋଗଦେଲେ ଟ୍ବିନ୍‌ ସିଟି ନୂଆ ଟ୍ରାଫିକ୍‌ ଡିସିପି ସୌମ୍ୟା ମିଶ୍ର, କହିଲେ ଭୁବନେଶ୍ବର-କଟକ ଟ୍ରାଫିକ୍‌ ସୁଧାରିବା ମୋର ପ୍ରଥମ ଲକ୍ଷ୍ୟ

ଭୁବନେଶ୍ବର: ଆଜି ଭୁବନେଶ୍ବର-କଟକ ଟ୍ବିଟ୍‌ ସିଟିର ନୂଆ ଟ୍ରାଫିକ୍‌ ଡିସିପି ଭାବେ ସୌମ୍ୟା ମିଶ୍ର ଯୋଗ ଦେଇଛନ୍ତି। ଟ୍ବିନ୍‌ସିଟି କମିଶନର ଶୁଧାଂଶୁ ଷଡ଼ଙ୍ଗୀଙ୍କଠାରୁ ବିଧିବଦ୍ଧ ଭାବେ ସେ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି ଓ କାର୍ଯ୍ୟରେ ଯୋଗ ଦେଇଛନ୍ତି।


ଭୁବନେଶ୍ବର-କଟକ ନୂଆ ଡିସିପି ଭାବେ ଯୋଗ ଦେବା ପରେ ସୌମ୍ୟା ମିଶ୍ର କହିଛନ୍ତି ଯେ ଟ୍ରାଫିକ୍ ସମସ୍ୟା ସମାଧାନ କରିବା ମୋର ପ୍ରଥମ ଦାୟିତ୍ବ ଓ ଏହାକୁ ମୁଁ ଯଥେଷ୍ଟ ଗୁରୁତ୍ବ ଦେବି। ଜନସାଧାରଣ ସେମାନଙ୍କ ସମସ୍ୟା ଟେଲିଫୋନ୍‌, ମୋବାଇଲ୍‌ କିମ୍ବା ସାମାଜିକ ଗଣମାଧ୍ୟମ ଜରିଆରେ ଜଣାଇପାରିବେ। ଛୋଟ ହୁଅନ୍ତୁ ବା ବଡ଼ ଜଣେ ଭଲ ଲୋକ ଏବଂ ଦେଶର ଜଣେ ଭଲ ନାଗରିକ ଭାବେ ଟ୍ରାଫିକ ନିମୟ ପାଳନ କରନ୍ତୁ। ତେବେ ଭୁବନେଶ୍ବର-କଟକରେ ଟ୍ରାଫିକ୍‌ ସୁଧାରିବା ମୋର ଲକ୍ଷ୍ୟ ରହିଛି। କରୋନା ମହାମାରୀ ସମୟରେ ମଧ୍ୟ ପୂର୍ବଭଳି ଟ୍ରାଫିକ୍‌ ନିୟମ ପାଳନ ପାଇଁ ଜନସାଧାରଣଙ୍କୁ କୁହାଯିବ। ଲୋକେ ଟ୍ରାଫିକ୍‌ ନିମୟ ମାନିଲେ ଅନେକ ଧନଜୀବନ ରକ୍ଷା କରାଯାଇପାରିବ ବୋଲି ନୂଆ ଟ୍ରାଫିକ୍‌ ଡିସିପି ସୌମ୍ୟା ମିଶ୍ର ପ୍ରକାଶ କରିଛନ୍ତି।

Comments are closed.