ବୋଲଗଡରେ ନୂତନ ତହସିଲଦାର ଯୋଗଦାନ

ବୋଲଗଡ : ବୋଲଗଡ ବ୍ଲକରେ ବହୁଦିନ ଧରି ତହସିଲଦାର ପଦବୀ ଖାଲି ପଡିବା ଯୋଗୁଁ ଉଭୟ ତହସିଲ, ସବ୍‌ରେଜିଷ୍ଟାର ଓ ବ୍ଲକ କାର୍ଯ୍ୟକୁ ବିଡିଓ ଧୋବେଇ ନାଏକ ଦାୟିତ୍ୱ ତୁଲାଉଥିଲେ। ବିଡିଓ ଶ୍ରୀ ନାଏକ ସମସ୍ତ କାର୍ଯ୍ୟକୁ ସଠିକ୍ ଭାବେ ପରିଚାଳିତ କରିଥିଲେ ମଧ୍ୟ ତହସିଲ ସମ୍ପର୍କିତ ଜମିଜମା ପଟ୍ଟା କାର୍ଯ୍ୟ ସହ ଅନ୍ୟାନ୍ୟ କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିଲା। ଏହି ପ୍ରସଙ୍ଗକୁ ଉପଲବ୍ଧ କରି ଜିଲ୍ଲାପାଳ ସନତ କୁମାର ମହାନ୍ତି ଖୋର୍ଦ୍ଧାରେ କାର୍ଯ୍ୟରତ ଥିବା ଡେପୁଟି କଲେକ୍ଟର ମୋହନ କୁମାର ସାହୁଙ୍କୁ ବୋଲଗଡର ନୂତନ ତହସିଲଦାର ଭାବେ ନିଯୁକ୍ତି ଦେବାପରେ ସେ ଶୁକ୍ରବାର ତହସିଲ କାର୍ଯ୍ୟାଳୟରେ ଯୋଗଦେଇଛନ୍ତି। ବିଡିଓ ଧୋବେଇ ନାଏକ ନୁତନ ତହସିଲଦାର ମୋହନ କୁମାର ସାହୁଙ୍କୁ ସୌଜନ୍ୟ ମୂଳକ ଭାବେ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ତହସିଲଦାର ନୂତନ ଭାବେ ଯୋଗଦେବାପରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଶ୍ରୀ ସାହୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Comments are closed.